୯-୧୦ରେ ଶ୍ରୀରାମ ନବମୀ ମହୋତ୍ସବ: ଗେରୁଆ ରଂଗରେ ସଜେଇ ହେଉଛି ସହର

Advertisment

ଶୋଭାଯାତ୍ରାରେ ସାମିଲ ହେବେ ୪୦ ହଜାର ରାମଭକ୍ତ

ଶୋଭାଯାତ୍ରାରେ ସାମିଲ ହେବେ ୪୦ ହଜାର ରାମଭକ୍ତ

୯-୧୦ରେ ଶ୍ରୀରାମ ନବମୀ ମହୋତ୍ସବ: ଗେରୁଆ ରଂଗରେ ସଜେଇ ହେଉଛି ସହର

ବାଲେଶ୍ବର: ପବିତ୍ର ଶ୍ରୀରାମ ନବମୀ ପାଇଁ ବାଲେଶ୍ବର ସହରର ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ସଫଳ କରିବା ପାଇଁ ସଂଗଠନର କାର୍ଯ୍ୟକର୍ତାମାନେ ଦିନରାତି ଏକ କରି ସହରକୁ ଗେରୁଆ ପତାକାରେ ସଜେଇବାରେ ଲାଗି ପଡ଼ିଛନ୍ତି। ଆସନ୍ତା ଶନିବାର ୯ ତାରିଖ ଏବଂ ରବିବାର ୧୦ ତାରିଖ ଦୁଇଦିନ ଧରି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ଶନିବାର ଦିନ ଅପରାହ୍‌ଣ ୩ଟା ବେଳେ ବିଶାଳ ବାଇକ୍‌ ଶୋଭାଯାତ୍ରା କରାଯିବ। ପରମିଟ ପଡ଼ିଆରୁ ଏହି ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ପୁଣି ପରମିଟ୍ ପଡ଼ିଆରେ ପହଁଚିବ। ସେହିପରି ରବିବାର ଦିନ ସକାଳେ ପରମିଟ ପଡ଼ିଆରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯିବା ସହ ଦିବସବ୍ୟାପୀ ପୂଜାର୍ଚ୍ଚନା ଚାଲିବ। ପୂର୍ବାହ୍ନରେ ସେଠାରୁ ଏକ ବିଶାଳ ପଦଯାତ୍ରା ଏବଂ ଶ୍ରୀରାମ ଦରବାର ଝାଙ୍କି ବାହାରିବ।

ଏଥିରେ ବିଭିନ୍ନ ପ୍ରକାର ପାରମ୍ପରିକ ବାଦ୍ୟଦଳ ସମେତ କୀର୍ତ୍ତନ ଦଳମାନେ ସାମିଲ ହେବେ। ଶଙ୍ଖ, ଘଣ୍ଟଘଣ୍ଟା, ମୃଦଙ୍ଗ ଓ ଢୋଲବାଦ୍ୟରେ ପ୍ରକମ୍ପିତ ହୋଇଉଠିବ ସହରର ରାସ୍ତାଘାଟ। ପରମିଟ ପଡ଼ିଆରୁ ଏହି ଶୋଭାଯାତ୍ରା ବାହାରି ଏଡିଏମ୍‌ଛକ, ଷ୍ଟେସନଛକ, ଫକୀରମୋହନ ଗୋଲେଇ, ଫାଣ୍ତିଛକ, ସିନେମାଛକ, ଥାନାଛକ, ଗୋଳାପୋଖରୀ ଛକ, ଟାଉନହଲ, ଗୋପାଳଗାଁ, ଦାମୋଦରପୁର, ଥାନାଛକ ଦେଇ ପରମିଟ୍ ପଡ଼ିଆରେ ସମାପନ ହେବ। ତେବେ ବାଲେଶ୍ବର ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ରାମଭକ୍ତ ଏହି ବିଶାଳ ଶୋଭାଯାତ୍ରାରେ ସାମିଲ ହେବେ ବୋଲି ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ସୂଚନା ଦିଆଯାଇଛି। କୋଭିଡ୍‌ ପାଇଁ ଦୁଇବର୍ଷ ଧରି ଏହି ପର୍ବ ପାଳନ କରାଯାଇ ପାରିନଥିଲା।

କେବଳ ଶ୍ରୀରାମଙ୍କ ରୀତିନୀତି ପୂଜା ହୋଇଥିଲା। ଚଳିତବର୍ଷ ଏହାକୁ ମହାଆଡ଼ମ୍ବରରେ ପାଳନ କରିବା ପାଇଁ ସଂଘ ପକ୍ଷରୁ ପ୍ରସ୍ତୁତି ଚାଲିଛି। ପ୍ରଭୁ ରାମଚନ୍ଦ୍ରଙ୍କ ଆଦର୍ଶ ଏବଂ ଦର୍ଶନର ବ୍ୟାପକ ପ୍ରଚାରପ୍ରସାର ପାଇଁ ଶ୍ରୀରାମ ଚେତନା ଜାଗରଣ ସଂଘ ପକ୍ଷରୁ ଦୀର୍ଘ ୯ବର୍ଷ ଧରି ଏହି ବିଶାଳ ଶୋଭାଯାତ୍ରା ଆୟୋଜନ କରାଯାଉଥିବା ବେଳେ ଚଳିତବର୍ଷର କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସଂଘର କର୍ମକର୍ତ୍ତା ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe