ମଶା ଯୋଗୁ ବଅଁରପାଳ ଅଞ୍ଚଳବାସୀ ଅତିଷ୍ଠ: ୧୨ ଆକ୍ରାନ୍ତ

ମଶା କାମୁଡ଼ାରେ ବଅଁରପାଳ ଅଞ୍ଚଳବାସୀ ଅତିଷ୍ଠ ହୋଇଗଲେଣି । ମଶା ଯୋଗୁ କୌଣସି ଜାଗାରେ ଲୋକେ ଅଧ‌ିକ ସମୟ ଛିଡା ହୋଇପାରୁ ନାହାନ୍ତି। ବଅଁରପାଳ ବସଷ୍ଟାଣ୍ଡ ଓ ପାର୍ଶ୍ଵବର୍ତ୍ତି ଗାଁ ଗୁଡିକରେ ଡ୍ରେନେଜ୍ ସୁବିଧା ନଥିବାରୁ ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହୁଛି।...

Residents of Baanrapal area suffer due to mosquito bites: 12 infected

Residents of Baanrapal area suffer due to mosquito bites: 12 infected Photograph: (sambad.in)

ବଅଁରପାଳ: ମଶା କାମୁଡ଼ାରେ ବଅଁରପାଳ ଅଞ୍ଚଳବାସୀ ଅତିଷ୍ଠ ହୋଇଗଲେଣି । ମଶା ଯୋଗୁ କୌଣସି ଜାଗାରେ ଲୋକେ ଅଧ‌ିକ ସମୟ ଛିଡା ହୋଇପାରୁ ନାହାନ୍ତି। ବଅଁରପାଳ ବସଷ୍ଟାଣ୍ଡ ଓ  ପାର୍ଶ୍ଵବର୍ତ୍ତି ଗାଁ ଗୁଡିକରେ  ଡ୍ରେନେଜ୍ ସୁବିଧା ନଥିବାରୁ ବିଭିନ୍ନ ସ୍ଥାନରେ  ବର୍ଷା ପାଣି ଜମି ରହୁଛି।  ଲୋକମାନେ ଅଳିଆ ଆବର୍ଜନା  ମଧ୍ୟ ପକାଇ ଗଦା କରୁଛନ୍ତି । ଯାହା ଫଳରେ ଅସ୍ବାସ୍ଥ୍ୟକର ପରିବେଶ ଯୋଗୁ ମଶାମାଛି ବଂଶ ବୃଦ୍ଧି ପାଇବା ଏହାର ମୁଖ୍ୟ କାରଣ ସାଜିଛି।  

ସକାଳ ଓ ସନ୍ଧ୍ୟାରେ ବଅଁରପାଳ ଛକରେ କିଛି ସମୟ ଛିଡ଼ା ହେବା ମୁସ୍କିଲ ହୋଇପଡୁଛି । ଗ୍ରାମାଞ୍ଚଳ ଅବସ୍ଥା ମଧ୍ୟ  ନ କହିବା ଭଲ । ସନ୍ଧ୍ୟା ହେବା ମାତ୍ରେ ଘର ଭିତରେ ମଶା ବୁଲୁଛନ୍ତି। ମଶାଧୂଆଁ ନ ଦେଲେ ଲୋକମାନେ ରାତିରେ ସେ ଶୋଇ ପାରୁନାହାନ୍ତି। ଗାଁ ପରିବେଶକୁ ସଫାସୁତୁରା ପାଇଁ ଗାଁ କଲ୍ୟାଣ ସମିତିକୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗାଁ ଏବଂ ସହର ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଶା କାମୁଡ଼ା ଯୋଗୁ ମ୍ୟାଲେରିଆ ଜ୍ଵର ହେଉଛି । ଚଳିତ ବର୍ଷ ବଅଁରପାଳ ବ୍ଲକ୍‌ରେ ୧୨  ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୂତ୍ରରୁ ଜଣାପଡିଛି।  

ଚଳିତ ବର୍ଷ  ବ୍ଲକ୍‌ର ମ୍ୟାଲେରିଆ ପ୍ରବଣ ଗ୍ରାମ ଗୁଡ଼ିକରେ ନିରାକରଣ ପାଇଁ  ଡାକ୍ତରଖାନା ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକ ମ୍ୟାଲେରିଆ ପ୍ରବଣ ତୁଳସୀପାଳର ଲଙ୍ଗୁଳିଆବେଡା ୨ ଜଣ , ଟେଣ୍ଟୁଲେଇରେ ୨ ଜଣ , ନୂଆହତାରେ  ଜଣେ , ସିପିପିରେ ୪ ଜଣ , ନାଲକୋରେ ୨ ଜଣ , ବଳରାମପ୍ରସାଦରେ ଜଣେ ଚିହ୍ନଟ ହୋଇଛନ୍ତି। ସମୁଦାୟ ୧୨ ଜଣଙ୍କ ନମୂନା ରିପୋର୍ଟ ପଜିଟିଭ ବାହାରି ଥିଲା।

ଅଧିକ ପଢ଼ନ୍ତୁ: ହଷ୍ଟେଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯିବ 'ଡିଜିଟାଲ୍ ହେଲଥ୍ କାର୍ଡ': ଗଣଶିକ୍ଷା ମନ୍ତ୍ରୀ

ସେହିପରି ବଡ଼କେରଜାଙ୍ଗ, ବଅଁରପାଳ, ବୁଢାପଙ୍କ, ଫୁଲପଡା, ଗଡ଼ସନ୍ତ୍ରୀ, ଗୋଳାବନ୍ଧ, ଜରାସିଙ୍ଗା,  କଞ୍ଜରା, କାଣ୍ଡସର, କୁଇଓ, କୁକୁଡାଙ୍ଗ, କୁଲାଡ଼, କୁମଣ୍ଡ, କୁରୁଡୋଲ, ମହୀଧରପୁର, ପରାତରା, ପିଙ୍ଗୁଆ, ରାଣୀଗୁଡା (କ), ରଙ୍କାସିଙ୍ଗା , ସାନ୍ତରାପୁର, ତଳମୂଳ, ତୁବେ, ତୁଳସୀପାଳ  ସବ୍‌ସେଣ୍ଟର ଅନ୍ତର୍ଗତସମସ୍ତ ଗ୍ରାମରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଶା କର୍ମୀଙ୍କ ଦ୍ୱାରା ଗୃହ ସର୍ବେକ୍ଷଣ ଏବଂ ମଶା ବଂଶ ବୃଦ୍ଧି କରୁଥିବା ସ୍ଥାନ ନଷ୍ଟକରି ଟେମିଫସ, ଓ ଏମଏଲଓ ସିଞ୍ଚନ କରା ଯାଉଛି। 

ଜନ ସଚେତନତା ଗାଁ କଲ୍ୟାଣ ସମିତି ମାଧ୍ୟମ ରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ସଚେତନ ବୈଠକ କରାଯାଉଛି  ବୋଲି  ବଅଁରପାଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଭେକ୍ଟର ବାହିତ ରୋଗ ଟେକ୍ନିକାଲ ସୁପରଭାଇଜର ଅନିଲି କୁମାର ସାମଲ ପ୍ରକାଶ କରିଛନ୍ତି। ଗତ ଚଳିତ ମାସ ଠାରୁ ଏହି ସିଞ୍ଚନ କାର୍ଯ୍ୟକ୍ରମରେ ୫ ଟି ଦଳଙ୍କୁ ନିୟୋଜିତ କରାଯାଇଛି ବୋଲି ଗୋଷ୍ଠୀ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଟଙ୍କଧର ବେହେରା କହିଛନ୍ତି। ଏବେ ବଅଁରପାଳ, କୁଲାଡ଼, କାଣ୍ଡସର, କୁକୁଡାଙ୍ଗ, ପିଙ୍ଗୁଆ, ନାଲକୋ, କୁମଣ୍ଡ, ସବସେଣ୍ଟର  ଅଞ୍ଚଳରେ ଟେମିଫସ, ଏବଂ ଏମଏଲଓ ସିଞ୍ଚନ କରାଯାଉଥିବା ବେଳେ  ଆଉ ପାଞ୍ଚଟି ଦଳ ଗଠନ କରି ଅନ୍ୟ ସବସେଣ୍ଟର ଅଞ୍ଚଳକୁ  ପଠାଇବା ପାଇଁ   ବଅଁରପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକତ୍ସାଧିକାରୀ ଡ଼ ଶଙ୍କର୍ଷଣ ଗାହଣ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ:'ଶୋଲେ'ର ସିକ୍ୱେଲ କେବେ ବି ହୋଇପାରିବ ନାହିଁ: ହେମା

 anugol 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe