ସ୍କୁଲ୍‌ରେ କୀଟନାଶକ ପିଇ ଜୀବନ ହାରି‌ଲେ ଦଶମ ଶ୍ରେଣୀ ଛାତ୍ରୀ

Advertisment
ମୋବାଇଲ ପାଇଁ ଜୀବନ ହାରିଲେ ଯୁବକ

observerbd.com

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅଧୀନ ଗୋକର୍ଣ୍ଣପୁର ନୋଡ଼ାଲ୍ ହାଇସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ କୀଟନାଶକ ପିଇ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଜଣକ ହେଲେ ବି.ଆରତୀ। ତେବେ ଆରତୀ ଏଭଳି ଚରମ ପଦକ୍ଷେପ କାହିଁକି ନେ‌ଲେ, ଏ ନେଇ କିଛି ସ୍ପଷ୍ଟ ହୋଇପାରିନି। ଲକ୍ଷ୍ମୀନାରାୟଣପୁର ଗ୍ରାମର ପାରମେଶୁ ଦୋରାଙ୍କ ଝିଅ ଆରତୀ ନରସିଂହପୁରରେ ଅଜା ଘରେ ରହି ପାଠ ପଢ଼ୁଥିଲେ।

ପ୍ରତିଦିନ ଭଳି ବୁଧବାର ଦିନ ମଧ୍ୟ ସକାଳ ୬ଟାରେ ସେ ସାଇକେଲ୍‌‌ରେ ସ୍କୁଲକୁ ଆସିଥିଲେ। କିନ୍ତୁ ପ୍ରାର୍ଥନାରେ ଅନୁପସ୍ଥିତ ଥିଲେ। କିଛି ସମୟ ପରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିବା ସହ ବାନ୍ତି କରିଥିଲେ। ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ଅଜୟ କୁମାର ମହାପାତ୍ର ତାଙ୍କ ପରିବାର ଲୋକଙ୍କୁ ଫୋନ୍ ଯୋଗେ ସୂଚନା ଦେଇଥିଲେ। ପରିବାର ଲୋକେ ତାଙ୍କୁ ଦିଗପହଣ୍ଡି ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ଆରତୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିବା ସହ କୀଟନାଶକ ଖାଇଥିବା କହିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁରେଖା ନାୟକ କହିଛନ୍ତି, ପ୍ରାର୍ଥନା ବେଳ‌େ ଆ‌ରତୀ ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ତାଙ୍କୁ ବିଶ୍ରାମ ନେବାକୁ କୁହାଗଲା। କିନ୍ତୁ ବାନ୍ତି କରିବାରୁ ପରିବାର ଲୋକଙ୍କ ସହ ଯୋଗାଯୋଗ କରା ଯାଇଥିଲା। ସେହିପରି ଆରତୀ କଣ ଖାଇଛନ୍ତି ବୋଲି ବି ଶିକ୍ଷକମାନେ ତାଙ୍କୁ ପଚାରିଥିଲେ। ହେଲେ ସେ କିଛି କହି ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe