Advertisment

ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

Advertisment
ପୋଖରୀରୁ ଧରା ହେଲା ୧୪ ଫୁଟ୍‌ର କୁମ୍ଭୀର

ରାଜନଗର: ପୋଖରୀକୁ ପଶି ଆସି ଆତଙ୍କ ସୃଷ୍ଟି କରିଥିବା ୧୪ ଫୁଟର କୁମ୍ଭୀର ଶେଷରେ ଧରା ପଡିଛି। ଦୀର୍ଘ ୫ ଘଂଟା ଧରି ବନବିଭାଗ କର୍ମଚାରୀଙ୍କ କସରତ ପରେ ୧୪ ଫୁଟର ଅଣ୍ତିରା କୁମ୍ଭୀରକୁ ବନବିଭାଗ କର୍ମଚାରୀମାନେ କାବୁ କରିଛନ୍ତି। ସୂଚନା ମୁତାବକ, ଗତକାଲି ରାତିରେ ରାଜନଗର ବ୍ଲକ୍‌ ଯଦୁଚନ୍ଦ୍ରପୁର ଗାଁର କାଙ୍ଗାଳି ପାତ୍ରଙ୍କ ବାଡିରେ ଥିବା ପୋଖରୀରେ ଏହି ବିରାଟକାୟ କୁମ୍ଭୀରକୁ ଦେଖିବାକୁ ମିଳିଥିଲା। କାଙ୍ଗାଳିଙ୍କ ପରିବାର ଲୋକେ ପୋଖରୀ ପାଖକୁ ଯାଇଥିବା ବେଳେ ହୁଡାରେ କୁମ୍ଭୀର ଶୋଇଥିବ ଦେଖି ଚିତ୍କାର କରିଥିଲେ।

ଗ୍ରାମବାସୀ ଏ ନେଇ ବନବିଭାଗକୁ ଖବର ଦେଇଥିଲେ। ଡାଙ୍ଗମାଳ ରେଂଜର ରେସ୍କ୍ୟୁ ସ୍କ୍ବାଡ୍‌ ଯଶୋବନ୍ତ ବେହେରାଙ୍କ ନେତୃତ୍ବରେ ସଂଜୟ ଦଳାଇ, ଅର୍ଜୁନ ଦଳାଇ, ନିର୍ମଳ ଦଳାଇ, ରଂଜିତ ବେହେରା, ଚନ୍ଦ୍ରମଣି ବେହେରା, ଭାଗିରଥି ସିଂ ପ୍ରମୁଖ ସେଠାରେ ପହଞ୍ଚି ଜାଲ ମାଧ୍ୟମରେ କୁମ୍ଭୀରକୁ ଧରିବାରେ ସକ୍ଷମ ହୋଇଥିଲେ। ରାତି ୧୦ଟାରୁ ୩ଟା ଯାଏ ଦୀର୍ଘ ୫ ଘଂଟାର କସରତ ପରେ କୁମ୍ଭୀରଟି ଧରା ପଡିଥିଲା। କୁମ୍ଭୀରକୁ ବାଉଁଶଗଡ ନଈରେ ଛାଡି ଦିଆଯାଇଛି। ଯଦୁଚନ୍ଦ୍ରପୁର ଗାଁ ହଂସୁଆ ନଦୀ କୂଳରେ ଅବସ୍ଥିତ। ନଦୀଠାରୁ ୪ଶହ ମିଟର ଦୂରରେ ଥିବା ଏହି ପୋଖରୀ ହୁଡାରେ କୁମ୍ଭୀରକୁ ଦେଖିବାକୁ ମିଳିଥିଲା। ଗତ ୩ମାସ ତଳେ ଏହି ପଂଚାୟତର ହାତିଆଗଡି ଗାଁର ଜଣେ ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe