ପୋଖରୀରେ ୨୦ ଫୁଟ୍‌ କୁମ୍ଭୀର

Advertisment
ପୋଖରୀରେ ୨୦ ଫୁଟ୍‌ କୁମ୍ଭୀର

ରାଜନଗର: ରାଜନଗର ବ୍ଲକ୍‌ ଚାନ୍ଦିବାଉଁଶମୂଳ ପଞ୍ଚାୟତ ଯଦୁଚନ୍ଦ୍ରପୁର ଗାଁର କାଙ୍ଗାଳି ପାତ୍ରଙ୍କ ବାଡ଼ିରେ ଥିବା ପୋଖରୀରେ କିଛିଦିନ ହେଲା ଏକ ବିରାଟକାୟ କୁମ୍ଭୀର ଭାସୁଥିବା ଦେଖିବାକୁ ମିଳିଛି। ଆଜି ସନ୍ଧ୍ୟାରେ କାଙ୍ଗାଳିଙ୍କ ପରିବାର ଲୋକେ ପୋଖରୀକୁ ବାସନ ଧୋଇବାକୁ ଯାଇଥିବା ବେଳେ ଏହି କୁମ୍ଭୀରଟିକୁ ଦେଖିବାକୁ ପାଇଥିଲେ। କୁମ୍ଭୀରଟିର ଲମ୍ବ ପ୍ରାୟ ୨୦ ଫୁଟ ହେବ। ସୂଚନାଯୋଗ୍ୟ, ଯଦୁଚନ୍ଦ୍ରପୁର ଗାଁ ହଂସୁଆ ନଦୀ କୂଳରେ ଅବସ୍ଥିତ। ନଦୀଠାରୁ ୪୦୦ ମିଟର ଦୂରରେ କାଙ୍ଗାଳିଙ୍କ ପୋଖରୀ ରହିଛି। ଦୁଇ ମାସ ତଳେ ଏହି ପଞ୍ଚାୟତର ଜଣେ ମହିଳା କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିଲେ। ଏହି କୁମ୍ଭୀରକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe