ଫୁସ୍‌ଫୁସ୍‌ରୁ ବାହାରିଲା ୨୫ ସିଏମ୍‌ ଲମ୍ବା ତୀର

Advertisment

ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। କାର୍ଡ଼ିଓ ଥୋରାସିକ୍‌ ଏବଂ ‌ଭ‌ାସ୍କୁଲାର ଅସ୍ତ୍ରୋପଚାର (ସିଟିଭିଏସ୍‌) ବିଭାଗର ବିଭାଗୀୟ ମୁଖ୍ୟ ଡା. ସ‌ାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍‌ରେ....

ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। କାର୍ଡ଼ିଓ ଥୋରାସିକ୍‌ ଏବଂ ‌ଭ‌ାସ୍କୁଲାର ଅସ୍ତ୍ରୋପଚାର (ସିଟିଭିଏସ୍‌) ବିଭାଗର ବିଭାଗୀୟ ମୁଖ୍ୟ ଡା. ସ‌ାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍‌ରେ....

fddfcvcvcv

ବ୍ରହ୍ମପୁର: ଏମ୍‌କେସିଜି ବଡ଼ ଡାକ୍ତରଖାନାରେ ପ୍ରଥମ ଥର ପାଇଁ ଏକ ଜଟିଳ ଅସ୍ତ୍ରୋପଚାର ସଫଳତାର ସହ କରାଯାଇଛି। କାର୍ଡ଼ିଓ ଥୋରାସିକ୍‌ ଏବଂ ‌ଭ‌ାସ୍କୁଲାର ଅସ୍ତ୍ରୋପଚାର (ସିଟିଭିଏସ୍‌) ବିଭାଗର ବିଭାଗୀୟ ମୁଖ୍ୟ ଡା. ସ‌ାରଦା ପ୍ରସନ୍ନ ସାହୁଙ୍କ ନେତୃତ୍ବରେ ଦୀର୍ଘ ତିନି ଘଣ୍ଟାର ପରିଶ୍ରମ ପରେ ଫୁସଫୁସ୍‌ରେ ଫସିଥିବ‌ା ୨୫ ସେମି ଲମ୍ବା ତୀରକୁ ଅସ୍ତ୍ରୋପଚାର କରି ବାହାର କରାଯାଇଛି।  ମାଲକାନଗିରି ଜିଲ୍ଲା ଫାଲ୍‌କାଗୁଡ଼ା ଗ୍ରାମର ତ୍ରିପତି ମୁଦୁଲିଙ୍କୁ ସମ୍ପର୍କୀୟ ଭାଇ ହାଡ଼ି ମୁଦୁଲି ପାରିବାରିକ କଳହରୁ ଧନୁ ତୀରରେ ଆକ୍ରମଣ କରିଥିଲେ।

ଆହତଙ୍କୁ ପରିବାରବର୍ଗ ଉଦ୍ଧାର କରି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉନ୍ନତ ଚିକିତ୍ସା ପାଇଁ କୋରାପୁଟସ୍ଥିତ ଏସ୍‌ଏଲ୍‌ଏନ୍‌ ବଡ଼ଡାକ୍ତରଖାନାକୁ ରେଫର୍ କରିଥିଲେ। ତୀରର ଉପରଅଂଶକୁ ସେଠାରେ ବାହାର କରାଯାଇଥିଲା କିନ୍ତୁ ତୀରଟି ଫୁସଫୁସ୍‌କୁ ଭେଦ କରିଥିବା କାରଣରୁ ଜୀବନ ବିପଦ ଥିବା ଦର୍ଶାଇ ଏମ୍‌କେସିଜିକୁ ରେଫର୍‌ କରାଯାଇଥିଲା। ବଡ଼ଡ଼ାକ୍ତରଖାନାର ଟ୍ରାନସଫ୍ୟୁଜନ୍‌, ‌ନିଶ୍ଚେତକ, ଭେଷଜ, ରଶ୍ମିବିଭାଗ, ପାଥୋଲୋଜି ଓ ସର୍ଜରି ବିଭାଗର ବରିଷ୍ଠ ଡାକ୍ତରଙ୍କ ଏକ ଦଳ ମିଳିତ ଉଦ୍ୟମରେ ଏହି ଅସ୍ତ୍ରୋପଚାର ହୋଇଥିବା କହିଛନ୍ତି ଡା. ସାହୁ। ଏମ୍‌କେସିଜିର ଏହି ଚିକିତ୍ସା ଦଳରେ ଡା. ଶିବ ପ୍ରସାଦ ଦାସ, ଡା. ଜଗଦୀପ୍ ନାୟକ, ଡା. ସୌମ୍ୟ, ଡା. ସ୍ରିଷ୍ଟିଙ୍କ ସମେତ ସ୍ବାସ୍ଥ୍ୟକର୍ମୀ ଓ ନର୍ସିଂ ଅଫିସର ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe