୩ଶହ ଫୁଟର ଗାର୍ଡ ୱାଲ ଧସିଗଲା

Advertisment
୩ଶହ ଫୁଟର ଗାର୍ଡ ୱାଲ ଧସିଗଲା

ଦଶରଥପୁର : ଲଗାଣ ବର୍ଷାରେ ନୂତନ ଗାର୍ଡ ୱାଲ୍‌ ଧସିଯିବା ପରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ଦୋଷ ଠେଲାଠେଲି ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ୍‌ ବିରିପଟା ପଞ୍ଚାୟତରେ। ବିରିପଟା ପଞ୍ଚାୟତର ବଡ଼କୁଆଁଲ ରାଉତସାହି ଠାରୁ ଜେନାସାହି ରାସ୍ତା ଗାର୍ଡୱାଲ୍‌ ଗତ ୧୫ ଦିନ ହେଲା ନିର୍ମାଣ ହୋଇଥିଲା। ଏଥିପାଇଁ ୫ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ରାସ୍ତା ସମତୁଲ ପାଇଁ ଦେଢ଼ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। ଲଗାଣ ବର୍ଷା ହେବା ଫଳରେ ଗାର୍ଡ ୱାଲ ସମେତ ରାସ୍ତାର ମାଟି ଧସିଯାଇ ପୋଖରୀରେ ପଡ଼ିଛି। ସୂଚନା ଅନୁସାରେ, ଏହି ଟଙ୍କା ରାଜସ୍ୱ ଏବଂ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ତଥା ବିଂଝାରପୁର ବିଧାୟିକାଙ୍କ ହାତ ପାଣ୍ଠିରୁ ଖର୍ଚ୍ଚ  କରାଯାଇଥିଲା।

ଏହି ଖବର ପ୍ରଚାରିତ ହେବାପରେ ନିର୍ମାଣ ସ୍ଥଳରେ ଥିବା ସୂଚନା ଫଳକକୁ ସାଙ୍ଗେସାଙ୍ଗେ ଭାଙ୍ଗି ଦିଆଯାଇଛି। ଏସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସୁବ୍ରତ ବେହେରାଙ୍କୁ ପଚାରିବାରୁ ବିଧାୟିକାଙ୍କ ହାତ ପାଣ୍ଠି ଆସିବା ପୂର୍ବରୁ କାର୍ଯ୍ୟ ହୋଇଛି। ମାତ୍ର କୌଣିସ ଫାଇଲ କିମ୍ବା ବିଲ୍‌ ହୋଇନାହିଁ ବୋଲି କହିଛନ୍ତି। ସରକାରୀ ନୀତିନିୟମକୁ ଉଲ୍ଲଂଘନ କରି ଏଠାରେ କାର୍ଯ୍ୟ କରାଯାଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗାର୍ଡ ୱାଲ୍‌ଟି ପୋଖରୀ କଡ଼ରେ ନିର୍ମାଣ କରାଯାଇଥିବାରୁ ଆକଳନ ଅନୁସାରେ କାର୍ଯ୍ୟ ହୋଇନାହିଁ। ଆବଶ୍ୟକତା ଅନୁଯାୟୀ ୨ ସ୍ତରୀୟ ଲୁହାଛଡ଼ ଦିଆନଯିବା, ପତଳା ଏବଂ ନିମ୍ନମାନର କମ୍ପାନି ଲୁହାଛଡ଼ ଓ ସିମେଣ୍ଟ ବ୍ୟବହାର। ପୋଖରୀ ଶଯ୍ୟା ଅନୁପାତରେ ନିଅଁ ଖୋଳାନଯାଇ ଉପରୁ କେବଳ ଲୋକ ଦେଖାଣିଆ ଭାବେ ଖୋଳାଯାଇ ଢଳାଇ ପକାଇ ଦିଆଯାଇଥିଲା। ଲଗାଣ ବର୍ଷା ହେବାରୁ ତାହା ପୋଖରୀ ଗର୍ଭକୁ ଧସିଯାଇଥିଲା। ଏହା ସହିତ ରାସ୍ତା ଉପରେ ପକାଯାଇଥିବା ଦେଢ଼ ଲକ୍ଷ ଟଙ୍କାର ମାଟି ମଧ୍ୟ ଧୋଇ ହୋଇଯାଇଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପଞ୍ଚାୟତବାସୀଙ୍କ ପକ୍ଷରୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe