ବିଦ୍ୟୁତ୍‌ ଆଘାତରେ ୫ ବର୍ଷର ଶିଶୁ ମୃତ

Advertisment
ବିଦ୍ୟୁତ୍‌ ଆଘାତରେ ୫ ବର୍ଷର ଶିଶୁ ମୃତ

Amazon.in

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍‌ ଚମ୍ପାଚୁଆ ଗାଁରେ ଏକ ବାହାଘର ଭୋଜିରେ ବ୍ୟବହୃତ ବିଦ୍ୟୁତଚାଳିତ ପଙ୍ଖା ସଂସ୍ପର୍ଶରେ ଆସି ଗାଁର ଜଣେ ଶିଶୁର ମୃତ୍ୟୁ ଘଟିଛି। ସୂଚନା ମୁତାବକ, ବୁଧବାର ଅପରାହ୍ନ ପ୍ରାୟ ୪.୩୦ ମିନିଟ ସମୟରେ ଗ୍ରାମର ଇନ୍ଦ୍ର ନାଏକଙ୍କ ୫ ବର୍ଷର ଶିଶୁପୁତ୍ର ମାହି ଉକ୍ତ ଭୋଜିରେ ଚାଲୁଥିବା ପଙ୍ଖା ସଂସ୍ପର୍ଶରେ ଆସିଥିଲା।

ତାକୁ ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ଥୁଆମୂଳ ରାମପୁର ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ସଂଧ୍ୟା ହୋଇଯାଇଥିବା ଯୋଗୁଁ ଗୁରୁବାର ଶବ ବ୍ୟବଚ୍ଛେଦ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe