ଏରଡ଼ା ଘାଟରେ ନିର୍ମାଣ ହେଲା ୭୦୦ ଫୁଟର ବାଉଁଶ ପୋଲ

Advertisment
ଏରଡ଼ା ଘାଟରେ ନିର୍ମାଣ ହେଲା ୭୦୦ ଫୁଟର ବାଉଁଶ ପୋଲ

ଅଭିମନ୍ୟୁ ବାଲିଆ: ବରୀ ବ୍ଲକ୍ ଅନ୍ତର୍ଗତ ବୋଦୁଅ ପଞ୍ଚାୟତର ଚିଙ୍ଗୁଡିଆ ନଦୀର ଏରଡ଼ା ଘାଟରେ ନାଉରିଆଙ୍କ ଉଦ୍ୟମରେ ନିର୍ମାଣ ହେଲା ୭୦୦ ଫୁଟର ବାଉଁଶ ପୋଲ। ଏହାକୁ ବ୍ଲକ୍‌ ଉପାଧ୍ୟକ୍ଷା ଅର୍ଚ୍ଚନା ମଲ୍ଲିକ ଉଦ୍‌ଘାଟନ କରିଥିଲେ। ଏହି ପୋଲ ଉପରେ ବୋଦୁଅ, କୁମ୍ଭକା, ପାଳସାହି, କନ୍ତିଆ, ସରବରା, ଭଅଁରା, ରଇପୁର ଆଦି ଗ୍ରାମର ଲୋକମାନେ ନଦୀ ପାରହୋଇ ବାହାରକୁ ଯାତାୟାତ କରିଥାନ୍ତି। ବରୀ ବ୍ଲକ୍, ତହସିଲ କାର୍ଯ୍ୟାଳୟ, ବରୀ ବ୍ୟାଙ୍କ ଓ ବାଲିଆପାଳ ବ୍ୟାଙ୍କ, ହାଟ, ବରୀ ଥାନାକୁ ଏହି ବାଟ ଦେଇ ଲୋକମାନେ ଯାଇଥାନ୍ତି। ପ୍ରତିବର୍ଷ ଜାନୁଆରି ମାସରେଏହି ସେତୁ ନିର୍ମାଣ ହୁଏ। ବର୍ଷର ୭ମାସ ଏହି ସେତୁ ଉପରେ ଲୋକମାନେ ଚଳପ୍ରଚଳ କରୁଥିବା ବେଳେ ଅବଶିଷ୍ଟ ୫ମାସ ଡଙ୍ଗାରେ ନଦୀ ପାର ହୁଅନ୍ତି। ଛାତ୍ରଛାତ୍ରୀମାନେ ସ୍କୁଲ, ​କଲେଜ ଆଦି ଶିକ୍ଷାନୁଷ୍ଠାନକୁ ଯାଇଥାନ୍ତି।

ବୋଦୁଅ ପଞ୍ଚାୟତରୁ ଘାଟ ନିଲାମ ନେଉଥିବା ଲୋକମାନେ ପ୍ରତିବର୍ଷ ଏଠାରେ ବାଉଁଶ ପୋଲ ନିର୍ମାଣ କରୁଛନ୍ତି। ବାଉଁଶ ପୋଲ ନିର୍ମାଣ କରୁଥିବା ବ୍ୟକ୍ତି ଯାତାୟାତ କରୁଥିବା ଲୋକଙ୍କଠାରୁ ମାହାସୁଲ ଆଦାୟ କରନ୍ତି। ଏହି ଘାଟରେ ଏକ ସ୍ଥାୟୀ ସେତୁ ନିର୍ମାଣ ପାଇଁ  ସମାଜସେବୀ ପର୍ଶୁରାମ ସାମଲ, ସଂଗ୍ରାମ ଧଳ, ତାରାକାନ୍ତ ଜେନା, ନିହାର ରଞ୍ଜନ ସାମଲ, ଦୀନବନ୍ଧୁ ମଲ୍ଲିକଙ୍କ ସହିତ ଗ୍ରାମବାସୀ ଓ ସମସ୍ତ ନାଉରି ଯଥା- ଟୁନିଆ ମଲ୍ଲିକ, ଶ୍ରୀକାନ୍ତ ମଲ୍ଲିକ, ପ୍ରହ୍ଲାଲାଦ ମଲ୍ଲିକ, ବନ୍ଧୁଆ ମଲ୍ଲିକ ଓ ବଳରାମ ମଲ୍ଲିକ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe