new indian express
ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ରେବଣାପଳାଶପାଳ ପଞ୍ଚାୟତ ମସିଣାଯୋଡ଼ି ଗ୍ରାମର ପୋଖରୀରେ ବୁଡ଼ି ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଘଟଗାଁ ବ୍ଲକ୍ ନୁସୁରିପଶି ଗ୍ରାମର ପରଦେଶୀ ମୁଣ୍ଡାଙ୍କ ୫ ବର୍ଷର ପୁଅ ଅଭିନାଶ। ଅଭିନାଶ ମାମୁଘର ମସିଣାଯୋଡ଼ି ଗ୍ରାମକୁ ଆସିଥିଲା।
ଆଜି ଅପରାହ୍ଣରେ ଖେଳୁଥିବା ବେଳେ ଘର ପାଖ ପୋଖରୀରେ ବୁଡ଼ି ଯାଇଥିଲା। ତାଙ୍କୁ ତୁରନ୍ତ ଉଦ୍ଧାର କରି ହରିଚନ୍ଦନପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Follow Us