ଆଠଗଡ଼ରେ ବିଜେଡି କାର୍ଯ୍ୟାଳୟ ଉପରେ ଚଢ଼ିଲା ବୁଲଡୋଜର୍‌

ଆଠଗଡ଼ ବ୍ଲକ୍‌ କୁମାରପୁର ପଞ୍ଚାୟତ ବଳିପୁରଠାରେ ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର ଚଢ଼ିଛି। ବଳିପୁରରେ ଗୋଚର ଜମିରେ ସ୍ଥାନୀୟ ବିଧାୟକ...

ffggfgf

ଆଠଗଡ଼: ଆଠଗଡ଼ ବ୍ଲକ୍‌ କୁମାରପୁର ପଞ୍ଚାୟତ ବଳିପୁରଠାରେ ଗୋଚର ଜମିରେ ନିର୍ମାଣ ହୋଇଥିବା ବିଜେଡି କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର ଚଢ଼ିଛି। ବଳିପୁରରେ ଗୋଚର ଜମିରେ ସ୍ଥାନୀୟ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା)ଙ୍କ ଏକାନ୍ତ ଅନୁଗତ ତଥା ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ଆଚାର୍ଯ୍ୟଙ୍କ ସ୍ବାମୀ ରଞ୍ଜନ ଆଚାର୍ଯ୍ୟ ଏକ ଅଟ୍ଟାଳିକା ନିର୍ମାଣ କରିଥିଲେ। ଏଠାରେ ବିଜେଡିର କାର୍ଯ୍ୟାଳୟ ଚାଲିଥିଲା। ବିଧାୟକଙ୍କ ହାତ ପାଣ୍ଠିରୁ ଏହାକୁ ନିର୍ମାଣ କରିବା ପାଇଁ ଅର୍ଥ ମିଳିବା ସହ ବିଭିନ୍ନ ସମୟରେ ବିଧାୟକ ଶ୍ରୀ ସ୍ବାଇଁ ବି ଏଠାକୁ ଆସୁଥିଲେ।

ରାଜାଙ୍କ ବୟାନର ୪୮ଘଣ୍ଟାରେ କାର୍ଯ୍ୟାନୁଷ୍ଠାନ: ଅଭୟ ବାରିକ

ଏହି ଘରକୁ ବୁଲଡୋଜର୍‌ ଚଢ଼ାଇ ଭାଙ୍ଗି ଦିଆଯିବା ପରେ ସ୍ଥାନୀୟ ବିଜେପି ନେତା ଅଭୟ ବାରିକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅଭୟ କହିଛନ୍ତି ଯେ ବିଧାୟକ ରାଜା ସ୍ବାଇଁଙ୍କ ବକ୍ତବ୍ୟର ୪୮ ଘଣ୍ଟା ନ ପୂରୁଣୁ ଏହି ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇଛି। ବିଧାନସଭାରେ ବକ୍ତବ୍ୟ ରଖି ରାଜା କହିଥିଲେ ଯେ ଶାସନକୁ ବିଜେପି ୬ ମାସ ହେବ ଆସିଲାଣି। କିନ୍ତୁ କିଛି କରିପାରିନି। ବାଳ ପାଚିଯିବ ହେଲେ କିଛି କରିପାରିବ ନାହିଁ। ପକେଟ୍‌ରେ ନାହିଁ ଧନ, ପୁଅ ବାହାଘର ପାଇଁ ମନ କରୁଛି। ରାଜା ଶାସକ ଦଳ ବିଜେପିକୁ କଟାକ୍ଷ କରି ବିଧାନସଭାରେ ଏପରି କହିଥିବା ବେଳେ ତାଙ୍କ ବକ୍ତବ୍ୟର ୪୮ଘଣ୍ଟା ନପୂରୁଣୁ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଅଭୟ ବାରିକ କହିଛନ୍ତି।

ଅଭୟ କହିଛନ୍ତି ଯେ ଗୋଚର ଜମିରେ ବେଆଇନ ନିର୍ମାଣ କରି ତାହାକୁ ଦଖଲରେ ରଖିଥିଲେ। ଏତେବଡ଼ ଅଟ୍ଟାଳିକା ନିର୍ମାଣ ହୋଇଥିବା ନେଇ ବିଜେପି ପକ୍ଷରୁ ପ୍ରଶାସନ ନିକଟରେ ଅଭିଯୋଗ ହେଉଥିଲେ ମଧ୍ୟ ବିଜେଡି ସରକାରରେ ଫଳ କିଛି ମିଳିନଥିଲା। ବର୍ତ୍ତମାନ ବିଜେପି ସରକାର ଆସିବା ପରେ ରାଜସ୍ୱ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ଆଜି ଉକ୍ତ ଅଟ୍ଟାଳିକାକୁ ଭଙ୍ଗାଯାଇଛି। ଆଗାମୀ ଦିନରେ ରାଜାଙ୍କ ଭଣଜାଙ୍କ ଜମି କେଳେଙ୍କାରୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମବାୟ ଦୁର୍ନୀତିର ଖୁବ୍‌ଶୀଘ୍ର ପର୍ଦ୍ଦାଫାସ୍‌ କରାଯିବ ଏବଂ ରାଜାଙ୍କୁ କାଠଗଡ଼ାରେ ଠିଆ କରାଯିବ ବୋଲି ଶ୍ରୀ ବାରିକ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦଙ୍କ ବ୍ଲକ୍‌ ପ୍ରତିନିଧି ସଞ୍ଜୟ ସାହୁ, ଦୋରଡ଼ର ପୂର୍ବତନ ସରପଞ୍ଚ ନୂତନ ରାଉତ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe