ପାହାଡ଼ ତଳୁ ଗଳିତ ଶବ ଉଦ୍ଧାର

Advertisment
ନିଖୋଜ ଯୁବକଙ୍କ ମୃତଦେହ ପଶ୍ଚିମବଙ୍ଗରୁ ଉଦ୍ଧାର

Image Courtesy of NDTV

ବୁର୍ଲା / ଧନକଉଡ଼ା: ଆଜି ବୁର୍ଲା ପୁଲିସ୍ ରାଠି ରୋଡ଼ ନିକଟରେ ଥିବା ଏକ ପାହାଡ଼ ତଳୁ ପ୍ରାୟ ୬୦/୭୦ ବର୍ଷ ବୟସ୍କ ବୃଦ୍ଧଙ୍କ ଏକ ଗଳିତ ଶବ ଉଦ୍ଧାର କରିଥିବା ଜଣାପଡିଛି। ସ୍ଥାନଟି ନିଛାଟିଆ ହୋଇଥିବାରୁ ସେପଟେ ଲୋକଙ୍କ ଗତାଗତ ସେତେଟା ରହେ ନାହିଁ। ଗତକାଲି ପାଖ ଏକ କ୍ଷେତରୁ କାମ କରି ଘରକୁ ଫେରିବା ସମୟରେ ଦୁର୍ଗନ୍ଧ ହେଉଥିବାରୁ ସନ୍ଦେହରେ ଶ୍ରମିକମାନେ ସେପଟକୁ ଯାଇଥିଲେ। ସେଠାରେ ଏକ ଗଳିତ ଶବ ଦେଖି ସେମାନେ ଜମି ମାଲିକଙ୍କୁ ଜଣାଇଥିଲେ। ଉକ୍ତ ଜମି ମାଲିକ ସଂଗେ ସଂଗେ ଘଟଣା ସଂପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ।

ସୂଚନା ପାଇ ବୁର୍ଲା ପୁଲିସ୍ ରଇଆର୍‌ଭି ଭ୍ୟାନ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଜି ସକାଳେ ଶବର ପଞ୍ଚନାମା କରି ଶବ ବ୍ୟବଚ୍ଛେଦ କରାଯାଇଛି। ଅଜଣା ଶବ ହୋଇଥିବାରୁ ଏହାକୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ମେଡ଼ିକାଲ୍ ଫାଣ୍ଡି ଫ୍ରିଜରରେ ରଖାଯିବ। କେହି ତାଙ୍କ ବିଷୟରେ ଜାଣିଥିଲେ ଫାଣ୍ଡି ଅଧିକାରୀଙ୍କୁ ସୂଚନା ଦେବାକୁ ଅନୁରୋଧ କରାଯାଇଛି। ପ୍ରାଥମିକ ତଦନ୍ତରୁ ଉକ୍ତ ବୃଦ୍ଧ ଜଣକ ପାହାଡ଼ ଉପରେ ବସିଥିବା ସମୟରେ କୌଣସି କାରଣରୁ ତଳେ ପଡ଼ି ମରି ଯାଇଥିବା ପୁଲିସ୍ ସନ୍ଦେହ କରୁଛି। ଏକ ଗାମୁଛା ପାହାଡ଼ ଉପରେ ଏବଂ ମୃତଦେହ ପାହାଡ଼ ତଳେ ଥିବାରୁ ପୁଲିସ୍ ଏଭଳି ସନ୍ଦେହ କରୁଛି। ଅପରପକ୍ଷରେ ବୈଜାମୁଣ୍ଡl ଭିକ୍ଷୁକ ଆଶ୍ରୟସ୍ଥଳୀ ଅଳ୍ପ ଦୂରରେ ଥିବାରୁ ମୃତକ ଜଣକ ଏହି ଆଶ୍ରୟସ୍ଥଳୀର ଅନ୍ତେବାସୀ ହୋଇଥାଇପାରନ୍ତି ବୋଲି ସ୍ଥାନୀୟ ଲୋକ ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe