ପୋଲ ବାଡ଼ରେ ପିଟିହେଲା କାର୍‌, ୭ ଆହତ

Advertisment
ପୋଲ ବାଡ଼ରେ ପିଟିହେଲା କାର୍‌, ୭ ଆହତ

ବାଉଁଶୁଣି: ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ୫୭ ନମ୍ୱର ଜାତୀୟ ରାଜପଥର ବାଘନଦୀ ନଦୀ ପୋଲ ବାଡ଼ରେ ଶନିବାର ଭୋର ସମୟରେ ଏକ କାର୍‌ ଭାରସାମ୍ୟ ହରାଇ ପିଟିହେବା ଫଳରେ ସେଥିରେ ଥିବା ୭ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପ୍ରାପ୍ତ ସୂଚନା ଅନୁସାରେ ବରଗଡ଼ ଓ ସମ୍ବଲପୁର ଅଞ୍ଚଳର ଏକଲବ୍ୟ ସାଥୁଆ (୨୫), ଜିତେନ୍ଦ୍ର ପୁରୋହିତ (୩୦), ଧୀରଜ ବିଶ୍ୱାଳ (୨୩), ସାହିଲ ପ୍ରଧାନ (୨୬), ଅଭିଷେକ ଜେନା (୨୫), ଆଶିଷ ମହାକୁର (୩୦) ଓ ବିଜୟ ଦେହୁରୀ (୨୬) ପ୍ରମୁଖ ୭ ଜଣ ଏକ କାର୍‌ (ଓଡି ୧୫ଏସ-୨୩୦୦)  ବୌଦ୍ଧରୁ ସୋନପୁର ଆଡ଼କୁ ଯାଉଥିଲେ। ତେବେ ଭୋର୍‌ ପ୍ରାୟ ସାଢ଼େ ୪ଟା ବେଳେ କାର୍‌ଟି ଭାରସାମ୍ୟ ହରାଇ ବାଘନଦୀ ପୋଲ ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଫଳରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଅଗ୍ନିଶମ ବାହିନୀ ଆହତମାନଙ୍କୁ ଉଦ୍ଧାର କରି ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ସେମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe