ବେଆଇନ ବାଲି ଚାଲାଣ ଉପରେ ଅଙ୍କୁଶ ପ୍ରସଂଗ: ହାଇକୋର୍ଟରେ ହାଜର ହେଲେ ଖଣି ସଚିବ

Advertisment
ବିନା ଚୁକ୍ତିରେ ଚାଲିଛି ବାଲିଘାଟ, ବାଲି ଚୋରାଚାଲାଣକୁ ପ୍ରଶାସନର ନିରବ ସମର୍ଥନ ଅଭିଯୋଗ

Outlook India

କଟକ : ବେଆଇନ ବାଲି ଚାଲାଣ ସମ୍ପର୍କିତ ମାମଲାରେ ଆଜି ଖଣି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହାଜର ହାଇକୋର୍ଟରେ ହୋଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ପୂର୍ବ ନିର୍ଦ୍ଦେଶ ପାଳନ କରି ଖଣି ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହାଜର ହୋଇଥିଲେ।

ଅତିରିକ୍ତ ମୁଖ୍ୟ ସଚିବ ହାଇକୋର୍ଟରେ ଦାଖଲ କରିଥିବା ତଥ୍ୟରେ ଉଲ୍ଲେଖ କରିଛନ୍ତି, ରାଜ୍ୟରେ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଉପରେ ସଂପୂର୍ଣ୍ଣ ଭାବେ ଅଙ୍କୁଶ ଜାରି ପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଖଣିଜଦ୍ରବ୍ୟ ପରିବହନ ପ୍ରସଂଗକୁ ସଂପୂର୍ଣ୍ଣ ଭାବେ କଂପ୍ୟୁଟରାଇଜ କରାଯାଉଛି। ମାଲ ପରିବହନ କରୁଥିବା ଗାଡ଼ିରେ ଜିପିଏସ ଲାଗିବ। ପରିବହନ ଅନୁମତି ମିଳିବା ପରେ ଅନ୍‌ଲାଇନରେ ସୂଚନା ଉପଲବ୍ଧ ହେବ। ତେଣୁ ଖଣିଜଦ୍ରବ୍ୟ ଚୋରା ଚାଲାଣ ବନ୍ଦ ହୋଇଯିବ। ଏହି ପ୍ରସଙ୍ଗରେ କ’ଣ ଅଗ୍ରଗତି ହେଉଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବାକୁ ହାଇକୋର୍ଟ ଆଜି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୫କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାାଇଛି। ହାଇକୋର୍ଟ ଏ.ପି.ମିଶ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe