ଆଦିବାସୀ ନାବାଳିକା ଗଣଦୁଷ୍କର୍ମ ମାମଲା: ୩ ଗିରଫ, ଜଣକ ଟେର୍‌ ପାଉନି ପୁଲିସ

Advertisment

ସମ୍ବେଦନଶୀଳ ଘଟଣାରେ ମୁହ ଖୋଲୁନି ପୁଲିସ

ସମ୍ବେଦନଶୀଳ ଘଟଣାରେ ମୁହ ଖୋଲୁନି ପୁଲିସ

ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ !

Daily Times

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍‌ ବିଜେପୁର ଥାନା ପାଜିବାହାଲି ରାସ୍ତାରେ ଦୁଇ ଜଣ ଆଦିବାସୀ ନାବାଳିକାଙ୍କୁ ଗଣଧର୍ଷଣ ଅଭିଯୋଗରେ ବିଜେପୁର ଥାନାରେ ମାମଲା ରୁଜୁ ହୋଇଥିଲା। ଏହି ଘଟଣାରେ ବିଜେପୁର ପୁଲିସ ଗତକାଲି ପାଜିବାହିଲି ଗ୍ରାମର ସୁମନ୍ତ ହରିଜନ(୧୯), ଅମର ହରିଜନ(୨୨) ଓ ଧନେଷ୍ଟି ନାଏକ (୨୨)କୁ ଗିରଫ କରିଥିବା ବେଳେ ଏଥିରେ ସଂପୃକ୍ତ ଥିବା ଜଣେ ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡ ନିକଟରେ ହାଜର କରାଯାଇଥିବା ଜଣାପଡ଼ିଛି। ଗିରଫ ଯୁବକଙ୍କୁ ଭବାନୀପାଟଣା ଅଣାଯାଇ ଘଟଣା ସମ୍ପର୍କରେ ଜେରା କରାଯାଇଥିଲା। ଜେରା ପରେ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ସେମାନଙ୍କ ଡାକ୍ତରୀ ପରୀକ୍ଷା ପରେ ୩ ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଥିଲା।

ଅତି ତରବରିଆ ଭାବରେ ସେମାନଙ୍କୁ ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ଏନେଇ ପୁଲିସ ମୁହ ଖୋଲି ନଥିଲା। ଏନେଇ ଆଜି ବିଜେପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ଗତକାଲି ୪ ଜଣକୁ କୋର୍ଟ ଚାଲାଣ କରାଯାଇଛି ବୋଲି କହିଥିଲେ। ଏନେଇ ଅଧିକ ସୂଚନା ଦେବାକୁ ଆଡ଼େଇ ଯାଇଥିଲେ। କଳାହାଣ୍ଡି ଏସ୍‌ପିଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା। ୨ ଆଦିବାସୀ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣା ଭଳି ସମ୍ବେଦନଶୀଳ ଘଟଣା‌ରେ ଗଣମାଧ୍ୟମକୁ ସୂଚନା ଲୁଚାଇବା ନେଇ ପୁଲିସର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତକାଲି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିଲେ ମଧ୍ୟ ପୁଲିସ ଏସ୍‌ପିଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଏହି ଘଟଣାରେ ଅନ୍ୟଜଣେ ଫେରାର ଥିବାବେଳେ ପୁଲିସ ୬ ଦିନ ପରେ ମଧ୍ୟ ଟେର ନପାଇବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଥିବାବେଳେ ଆଦିବାସୀ ସଂଘ ପକ୍ଷରୁ ତୁରନ୍ତ ଗିରଫ ପାଇଁ ଦାବି ‌ଜୋର ଧରିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe