ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଦୋଷୀକୁ ଫାଶୀଦଣ୍ଡ ଶୁଣାଇଲେ

Advertisment

ସମ୍ବଲପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍‌ସୋ କୋର୍ଟ ବିଚାରପତି ଅଭିଳାଷ‌ ସେନାପତି ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଦୋଷୀ ପ୍ରଶାନ୍ତ ବଘାର (୪୦)କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି।

ସମ୍ବଲପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍‌ସୋ କୋର୍ଟ ବିଚାରପତି ଅଭିଳାଷ‌ ସେନାପତି ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଦୋଷୀ ପ୍ରଶାନ୍ତ ବଘାର (୪୦)କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି।

ଫେସ୍‌ବୁକ୍‌ ଲାଇଭ୍‌ରେ ଯୁବକଙ୍କ ଆତ୍ମହତ୍ୟା

ସମ୍ବଲପୁର: ସମ୍ବଲପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍‌ସୋ କୋର୍ଟ ବିଚାରପତି ଅଭିଳାଷ‌ ସେନାପତି ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ବିଚାର କରି ଦୋଷୀ ପ୍ରଶାନ୍ତ ବଘାର (୪୦)କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି। ସୂଚନା ଅନୁସାରେ, ୨୦୨୨ ମସିହା ମାର୍ଚ୍ଚ ୨୫ ତାରିଖରେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଏହି ହୃଦୟ ବିଦାରକ ଘଟଣା ଘଟିଥିଲା। ଘଟଣା ଦିନ ସକାଳ ୮ଟାରେ ନାବାଳିକାଜଣକ ଗାଁ ପାଖ ପଡ଼ିଆକୁ ନିତ୍ୟକର୍ମ ପାଇଁ ଯାଇଥିବା ବେଳେ ପ୍ରଶାନ୍ତ ତାଙ୍କୁ ଟେକି ନେଇ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା। ପରେ ଏକ ଟାଙ୍ଗିଆରେ ପୀଡ଼ିତାଙ୍କ ମୁଣ୍ଡଗଣ୍ଡିକୁ ହାଣି ଅଲଗା କରି ଦେଇଥିଲା। ଯୌନରାକ୍ଷସ ପ୍ରଶ‌ାନ୍ତର ମନ ସେତିକିରେ ଶାନ୍ତ ହୋଇନଥିଲା। କଟାମୁଣ୍ଡ ଓ ଟାଙ୍ଗିଆକୁ ଧରି ଗାଁରେ ପହଞ୍ଚିବା ପରେ ନଳକୂପ ପାଣିରେ କଟାମୁଣ୍ଡକୁ ଧୋଇଥିଲା। ଏହା ଦେଖି ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଗ୍ରାମବାସୀଙ୍କଠାରୁ ଖବର ପାଇ ଜମନକିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରଶାନ୍ତକୁ କାବୁ କରିଥିଲା। 

ପରେ ପୀଡ଼ିତାଙ୍କ ବାପାଙ୍କ ଅଭିଯୋଗକ୍ରମେ ଏକ ହତ୍ୟା ମାମଲା ରୁଜୁ କରିଥିଲା ପୁଲିସ। ଏହି ମାମଲାର ବିଚାର ସମୟରେ ପୁଲିସ ୨୫ ଜଣଙ୍କର ସାକ୍ଷ୍ୟ ନେଇଥିଲା। ଏହି ଘଟଣାକୁ ବିରଳରୁ ବିରଳତମ ଘଟଣା ଭାବେ ବିଚାରକରି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ପୋକ୍‌ସୋ କୋର୍ଟ ବିଚାରପତି ଆଇପିସିର ୩୦୨ ଦଫାରେ ଆସାମୀ ପ୍ରଶାନ୍ତକୁ ଫାଶୀଦଣ୍ଡାଦେଶ ସହିତ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ପୋକ୍‌ସୋ ଆଇନ ଅନୁଯାୟୀ ଆସାମୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଜରିମାନାରୁ ଆଦାୟ ୨ ଲକ୍ଷ ଟଙ୍କା ପୀଡ଼ିତାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରିବାକୁ ନି‌ର୍ଦ୍ଦେଶ ଦିଆଯାଇଛି। ତେବେ, ହାଇକୋର୍ଟଙ୍କ ନିଷ୍ପତ୍ତି ପରେ ଫାଶୀଦଣ୍ଡ ପ୍ରଦାନ କରାଯିବାର ନିୟମ ରହିଛି। ତେଣୁ ହାଇକୋର୍ଟଙ୍କ ବିଚାର ପାଇଁ ଫାଶୀଦଣ୍ଡାଦେଶ କପି ପଠାଯିବ ବୋଲି ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର୍‌ ସନ୍ତୋଷ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe