ବିଧାୟକ ବିଜୟ ଶଙ୍କରଙ୍କ ନାଁରେ ମାମଲା ରୁଜୁ

Advertisment

ଥାନାରେ ସୋମାଲିକାଙ୍କ ବୟାନ ରେକର୍ଡ

ଥାନାରେ ସୋମାଲିକାଙ୍କ ବୟାନ ରେକର୍ଡ

ଏନ୍‌ଏଚ୍‌ଆର୍‌ସିରେ ବିଜୟଶଙ୍କର ମାମଲା: ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅଭିଯୋଗ

ଜଗତସିଂହପୁର ଟାଉନ୍ : ପ୍ରେମିକା ସୋମାଲିକା ଦାଶଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଘଟଣାରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ ହୋଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ସୋମାଲିକାଙ୍କ ଏତଲା ଆଧାରରେ ଜଗତସିଂହପୁର ଥାନା ପୁଲିସ ମାମଲା ଆଜି ମାମଲା ରୁଜୁ କରିଛି। ଆଇପିସିର ଦଫା-୩୭୬, ୩୧୩, ୫୦୬, ୩୪ ଅନୁସାରେ ମାମଲା (ନଂ-୯୫/୨୩ ) ରୁଜୁ ହୋଇଥିବା ବେଳେ ଏହାକୁ ନେଇ ପୁଣି ବିଧାୟକଙ୍କ ପାଇଁ ଅଡ଼ୁଆ ବଢ଼ିଛି।

ସୂଚନା ଅନୁସାରେ, ଦୁଷ୍କର୍ମ, ଗର୍ଭ ନଷ୍ଟ କରିବା, ହତ୍ୟା ଧମକ ଭଳି ସଙ୍ଗିନ ଅଭିଯୋଗ ଆଣିଛନ୍ତି ସୋମାଲିକା। ଆଜି ସନ୍ଧ୍ୟାରେ ପୁଲିସ ସୋମାଲିକାଙ୍କ ବୟାନ ରେକର୍ଡ କରିଛି। ସିଆରପିସି ଧାରା-୧୬୧ ଅନୁସାରେ ଏହି ବୟାନ ରେକର୍ଡ କରାଯାଇଛି। ବିବାହର ପ୍ରତିଶ୍ରୁତି ଦେଇ କେମିତି ବିଧାୟକ ଶାରୀରିକ ସମ୍ପର୍କ ରଖିଥିଲେ, କେମିତି ପ୍ରତାରଣା କରୁଥିଲେ ଓ ଧମକ ଦେଉଥିଲେ, ସେ ନେଇ ସୋମାଲିକା ବୟାନ ରଖିଥିବା ଜଣାପଡ଼ିଛି। ପୂର୍ବରୁ ବିଜୟ ଶଙ୍କରଙ୍କ ବିରୋଧରେ ଜଗତସିଂହପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲା ଏବେ ତଦନ୍ତାଧୀନ ରହିଛି। ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜୟ ଶଙ୍କରଙ୍କ ବିରୋଧରେ ସାନି ମାମଲା ନେଇ ଏବେ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି।

ଏ ସମ୍ପର୍କରେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ କହିଛନ୍ତି ଯେ ଏଭଳି ଘଟଣା ସମ୍ପର୍କରେ ସେ ଅବଗତ ନାହାନ୍ତି। ଘଟଣା ସଂପର୍କରେ ଜାଣିବା ପରେ ଯାହା କିଛି ପ୍ରତିକ୍ରିୟା ରଖିବେ।

ଉଲ୍ଲେଖ‌ଯୋଗ୍ୟ ଯେ ସୋମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଦାୟର କରିଥିବା ଆବେଦନର ହାଇକୋର୍ଟ ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe