‘ପୁଣ୍ୟତିଥି ସ୍ମୃତିଗୁଡ଼ିକୁ ସ୍ମରଣ କରିବାର ଏକ ଉତ୍ସବ’

Advertisment

ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଏଭଳି କହିଛନ୍ତି ‘ସମ୍ୱାଦ’ ତଥା ଟ୍ରଷ୍ଟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।

ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଏଭଳି କହିଛନ୍ତି ‘ସମ୍ୱାଦ’ ତଥା ଟ୍ରଷ୍ଟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।

gjgdjgdjyj

ଭୁବନେଶ୍ୱର: ପୁଣ୍ୟତିଥି ସ୍ମୃତିଗୁଡ଼ିକୁ ସ୍ମରଣ କରିବାର ଏକ ଉତ୍ସବ। ଏଥିରେ ଶୋକ ନକରି ଏହାକୁ ଆନନ୍ଦର ସହ ପାଳନ କରିବା ଉଚିତ। ବିଜୟ କୁମାର ପଟ୍ଟନାୟକ ମେମୋରିଆଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଗୀତଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଏଭଳି କହିଛନ୍ତି ‘ସମ୍ୱାଦ’ ତଥା ଟ୍ରଷ୍ଟର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ। ସ୍ୱର୍ଗତ ବିଜୟ କୁମାର ପଟ୍ଟନାୟକଙ୍କ ଭଳି ସହଯୋଗୀ ପାଇବା ଭାଗ୍ୟରେ ଥିଲେ ମିଳେ ବୋଲି ସେ ଭାବବିହ୍ବଳ ହୋଇ କହିଥିଲେ। 

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ କଥାକାର ଦାଶ ବେନହୁର ଯୋଗଦେଇ ସ୍ବର୍ଗତ ପଟ୍ଟନାୟକ ଜଣେ କର୍ମନିଷ୍ଠ, ମେଳାପି ଓ ଜୀବନବିଳାସୀ ବ୍ୟକ୍ତି ବୋଲି କହିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ‘ସମ୍ୱାଦ’ର ଫିଚର ମୁଖ୍ୟ ତଥା ବରିଷ୍ଠ କଥାକାର ଗୌରହରି ଦାସ ସ୍ୱର୍ଗତ ପଟ୍ଟନାୟକ ଜଣେ ବିଶ୍ୱାସଯୋଗ୍ୟ, ସାହସୀ, ମେଳାପି ବ୍ୟକ୍ତି ଥିଲେ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଶ୍ରୀ ପଟ୍ଟନାୟକଙ୍କ ବନ୍ଧୁ ତଥା ଉଦ୍ୟୋଗୀ ଜ୍ଞାନ ରଞ୍ଜନ ଦାସ ସେ ଜଣେ ଅଦମ୍ୟ ସାହସୀ ମଣିଷ ଥିଲେ ବୋଲି କହିଥିଲେ। ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କ ସ୍ମୃତିରେ ଏକ ସ୍ମରଣିକା ସହିତ ‘ବାପା ମୋ’ ବାପା’ ଗୀତର ଲୋକାର୍ପଣ ହୋଇଥିଲା। 

 ‘ସମ୍ୱାଦ’ର ପୂର୍ବତନ ପ୍ରକାଶକ ବିଜୟ କୁମାର ପଟ୍ଟନାୟକଙ୍କ ଚତୁର୍ଥ ପୂଣ୍ୟତିଥି

ଉତ୍ସବରେ ସାମ୍ୱାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ସାମ୍ୱାଦିକ ଧୀରେନ୍ଦ୍ର ନାରାୟଣ ମିଶ୍ରଙ୍କୁ ‘ବିଜୟ ପଟ୍ଟନାୟକ ମେମୋରିଆଲ ଜର୍ଣ୍ଣାଲିଷ୍ଟ ସମ୍ମାନ-୨୦୨୪’, ଖବରକାଗଜ ବିତରକ ପି. ସତ୍ୟନାରାୟଣଙ୍କୁ ‘ନିୟୁଜପେପର ହକର ସମ୍ମାନ-୨୦୨୪’, ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର ରଖିଥିବା ଶୁଭଙ୍କର ସାହୁଙ୍କୁ ‘ବିଜୟ ପଟ୍ଟନାୟକ ମେମୋରିଆଲ ସମ୍ମାନ-୨୦୨୪’ରେ ସମ୍ୱର୍ଦ୍ଧିତ କରାଯାଇଥିଲା। ସେହିପରି ପ୍ରକାଶ ଚନ୍ଦ୍ର ବେଦାନ୍ତ ଓ ବିଧୁ ଭୂଷଣ ରାଉତଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ସ୍ୱର୍ଗତ ପଟ୍ଟନାୟକଙ୍କ ଉପରେ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଉତ୍ସବରେ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ତଥା ଶ୍ରୀ ପଟ୍ଟନାୟକଙ୍କ ଭାଇ ଅଜୟ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଟ୍ରଷ୍ଟି ସୁଶାନ୍ତ କୁମାର ଦାଶ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ‘ସମ୍ୱାଦ’ର ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଆହୁରି ଅନେକ ବିଜୟପ୍ରେମୀ ଯୋଗ ଦେଇଥିଲେ। 

ଉଲ୍ଲେଯୋଗ୍ୟ ଯେ ଆଜି ସକାଳେ ଟ୍ରଷ୍ଟ ପକ୍ଷରୁ ସିଆର୍‌ପି ଛକସ୍ଥିତ ଶ୍ରୀ ଶ୍ରୀ ସଙ୍କଟ ମୋଚନ ମନ୍ଦିର ଓ ସ୍ମୃତିବନରେ ହୋଇଥିବା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟ୍ରଷ୍ଟର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଯୋଗଦେଇଥିଲେ। ସେ ସ୍ୱର୍ଗତ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସ୍ମୃତିବନରେ ତାଙ୍କ ନାମରେ ନାମିତ ଏକ ସ୍ମୃତି ଫଳକର ଉନ୍ମୋଚନ କରିଥିଲେ। ଏହି ଅବସରରେ ମନ୍ଦିରରେ ୧୦୮ ଦୀପଦାନ ସହିତ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ପରିଚାଳନା ଟ୍ରଷ୍ଟି ଅଜୟ କୁମାର ପଟ୍ଟନାୟକ, ଟ୍ରଷ୍ଟି ସ୍ୱରୂପ ପଟ୍ଟନାୟକ, ସମ୍ୱେଦନା ମହାନ୍ତି, ଆଶିଷ ମହାନ୍ତି, ଅଶୋକ କୁମାର ମହାନ୍ତି, ପତ୍ନୀ ସରୋଜିନୀ ପଟ୍ଟନାୟକ, ସୂର୍ଯ୍ୟ ନାରାୟଣ ମହାପାତ୍ର, ମିନତି ପଟ୍ଟନାୟକ, ସୋନମ ପଟ୍ଟନାୟକ ତଥା ମନ୍ଦିରର ପୂଜକଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ସ୍ମୃତିଚାରଣ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe