ରକ୍ତ ଦେଇ ଥାଲାସେମିଆ ରୋଗୀଙ୍କ ଜୀବନ ବଞ୍ଚାଇଲେ କଲେଜ ଛାତ୍ରୀ

ରକ୍ତ ଦେଇ ଥାଲାସେମିଆ ରୋଗୀଙ୍କ ଜୀବନ ବଞ୍ଚାଇଲେ କଲେଜ ଛାତ୍ରୀ

କରଞ୍ଜିଆ/କରଞ୍ଜିଆ ଗୋଲେଇ: କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ତିନି ବର୍ଷର ବାଳକକୁ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ଜଣେ କଲେଜ ଛାତ୍ରୀ। ଠାକୁରମୁଣ୍ଡା ବ୍ଲକ୍‌ ତରାମରା ଅଞ୍ଚଳର ଜଣେ ତିନିବର୍ଷର ବାଳକ ରାମେଶ୍ୱର ଦେହୁରୀ ଥାଲାସେମିଆ ଆକ୍ରାନ୍ତ ଥିବାରୁ ତାଙ୍କ ପାଇଁ ରକ୍ତ ଜରୁରୀ ଥିଲା। ଡାକ୍ତରଖାନାରେ ମଧ୍ୟ ରକ୍ତର ଅଭାବ ଥିଲା। ଏ ନେଇ ରାଇରଙ୍ଗପୁର ଅଞ୍ଚଳର ସମାଜସେବୀ ନିରଞ୍ଜନ ସାହୁ ପାଞ୍ଚପୀଢ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍‌କ୍ରସ ବିଭାଗ ପରାମର୍ଶଦାତା ଅଧ୍ୟାପକ ମାନସ ରଞ୍ଜନ ବେହେରାଙ୍କ ସହ ଯୋଗାଯୋଗ କରିଥିଲେ।

ଅଧ୍ୟାପକ ମାନସ ବେହେରାଙ୍କ ଉଦ୍ୟମରେ କଲେଜରେ ଯୁକ୍ତତିନିରେ ପଢ଼ୁଥିବା ଛାତ୍ରୀ ସାନିଆ ଅସରଫ୍‌ଙ୍କୁ ବାଳକର ରକ୍ତ ଆବଶ୍ୟକତା ସମ୍ପର୍କରେ କହିବାରୁ ଛାତ୍ରୀ ଜଣକ ଖୁସିବ୍ୟକ୍ତ କରି ରକ୍ତ ଦେବାକୁ ଆଗେଇ ଆସିଥିଲେ। ଛାତ୍ରୀଙ୍କ ଏହି ମହାନତା ପାଇଁ କରଞ୍ଜିଆବାସୀ ଓ ରାମେଶ୍ବରଙ୍କ ବାପା-ମା’ ସାନିଆଙ୍କୁ ସାଧୁବାଦ ଜଣାଇଛନ୍ତି। କେବଳ ରକ୍ତ ନୁହେଁ, ଅସୁବିଧାରେ ପଡୁଥିବା ଯେକୌଣସି ବ୍ୟକ୍ତିଙ୍କୁ ସକ୍ଷମ ଅନୁସାରେ ସାହାଯ୍ୟ କରିବାକୁ ସେ କୁଣ୍ଠିତ ହେବେ ନାହିଁ ବୋଲି ସାନିଆ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe