ଭୁବନେଶ୍ବର : କଳାହାଣ୍ଡିର ଭବାନୀପାଟଣାସ୍ଥିତ ସରକାରୀ ମେଡିକାଲ କଲେଜର ନାମକରଣ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି। ବିଭାଗର ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା କମିଟିରେ ୫ଜଣ ସଦସ୍ୟ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ, ଡିଏମ୍ଇଟି, ଅତିରିକ୍ତ ଡିଏମ୍ଇଟି ତଥା ଭବାନୀପାଟଣାସ୍ଥିତ ମେଡିକାଲ କଲେଜର ଭାରପ୍ରାପ୍ତ ଅଧିକାରୀ ଓ ବିଭାଗର ଲୋକସଂପର୍କ ଅଧିକାରୀ ଏହାର ସଦସ୍ୟ ରହିଛନ୍ତି। ଆସନ୍ତା ୩ଦିନ ଭିତରେ କମିଟି ନାମକରଣ ସଂପର୍କିତ ପ୍ରସ୍ତାବ ବିଭାଗକୁ ପ୍ରଦାନ କରିବାକୁ କୁହାଯାଇଛି।
କଳାହାଣ୍ଡି ମେଡିକାଲ କଲେଜର ନାମକରଣ ପାଇଁ କମିଟି ଗଠିତ
Advertisment
Follow Us