‘ଆଭ୍ୟନ୍ତରୀଣ ଶାନ୍ତିରେ ବିକାଶ ଆଡ଼କୁ ବଢ଼ିବ ଦେଶ’: ଆଇଟିବିପିର ୬୩ତମ ପ୍ରତିଷ୍ଠା ଦିବସ ପାଳିତ

Advertisment

ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରହିଲେ ବିକାଶ ପାଇଁ ସମସ୍ତ ପଥ ଉନ୍ମୁକ୍ତ ହୋଇପାରିବ। ଆଭ୍ୟନ୍ତରୀଣ ଶାନ୍ତି ସହିତ ଭାରତ ସହଜରେ ବିକାଶ ଆଡ଼କୁ ଅଗ୍ରସର ହୋଇପାରିବ। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ତରତୁଆସ୍ଥିତ...

ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରହିଲେ ବିକାଶ ପାଇଁ ସମସ୍ତ ପଥ ଉନ୍ମୁକ୍ତ ହୋଇପାରିବ। ଆଭ୍ୟନ୍ତରୀଣ ଶାନ୍ତି ସହିତ ଭାରତ ସହଜରେ ବିକାଶ ଆଡ଼କୁ ଅଗ୍ରସର ହୋଇପାରିବ। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ତରତୁଆସ୍ଥିତ...

dgdgdggd

ଖୋର୍ଦ୍ଧା/ବେଗୁନିଆ:  ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ବଜାୟ ରହିଲେ ବିକାଶ ପାଇଁ ସମସ୍ତ ପଥ ଉନ୍ମୁକ୍ତ ହୋଇପାରିବ। ଆଭ୍ୟନ୍ତରୀଣ ଶାନ୍ତି ସହିତ ଭାରତ ସହଜରେ ବିକାଶ ଆଡ଼କୁ ଅଗ୍ରସର ହୋଇପାରିବ। ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ତରତୁଆସ୍ଥିତ ୪୧ ବାଟାଲିୟନ୍‌ କ୍ୟାମ୍ପସ୍‌ରେ ଇଣ୍ଡୋ-ତିବ୍ବତ ସୀମା ସୁରକ୍ଷା ବଳ(ଆଇଟିବିପି)ର ୬୩ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ। ଆଇଟିବିପି କ୍ୟାମ୍ପସ୍‌ରେ ଆଜି ଆୟୋଜିତ ପ୍ରତି‌ଷ୍ଠା ଦିବସ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ରାୟ ଆଇଟିବିପି କର୍ମଚାରୀମାନଙ୍କୁ ସେମାନଙ୍କର ଉତ୍ସର୍ଗୀକୃତ ସେବା ପାଇଁ ଅଭିନନ୍ଦନ ଜଣାଇଥିଲେ।

ହିମାଳୟ ସୀମାରେ ଦେଶର ସୁରକ୍ଷା ପାଇଁ ଅଦମ୍ୟ ଉତ୍ସାହର ସହ ସମସ୍ତ ଆହ୍ବାନର ସମ୍ମୁଖୀନ ହେଉଥିବାରୁ ସେ ସେମାନଙ୍କୁ ପ୍ରଶଂସା କରିଥିଲେ। ଶ୍ରୀ ରାୟ ଆଇଟିବିପି କ୍ୟାମ୍ପସ୍‌ରେ ଫୋର୍ସର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଆଜିର ଉଦ୍‌ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲାପାଳ ଚଞ୍ଚଳ ରାଣା, ଆରକ୍ଷୀ ଅଧୀକ୍ଷକ ସାଗରିକା ନାଥ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆଇଟିବିପି ମହାନିର୍ଦ୍ଦେଶକ ରାହୁଲ ରସଗୋତ୍ରା ଗତ ଏକ ବର୍ଷ ମଧ୍ୟରେ ଫୋର୍ସର ବିଭିନ୍ନ ସଫଳତା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଆଇଟିବିପି ଯବାନମାନେ ଚିତ୍ତାକର୍ଷକ ପରେଡ୍‌ ସହ ରଣକୌଶଳ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe