କଙ୍ଗାରୁ କୋର୍ଟ ଉପରେ କଟକଣା

Advertisment
କଙ୍ଗାରୁ କୋର୍ଟ ଉପରେ କଟକଣା

Toppr

ବରଗଡ଼ : କୁଲି ମେହେର ସମାଜ ଉପରେ କିଛି ବର୍ଷ ହେଲା ଚାଲିଥିବା କଂଗାରୁ କୋର୍ଟ ଉପରେ ପ୍ରଶାସନ କଟକଣା ଜାରି କରିଛି। ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ରଘୁନାଥ ମେହେରଙ୍କ ଆବେଦନକ୍ରମେ ଏକ ଶାନ୍ତି କମିଟିର ଆହ୍ବାନ କରି କୁଲି ସମାଜରେ ଚଳି ଆସୁଥିବା କଙ୍ଗାରୁ କୋର୍ଟ ଉପରେ କଟକଣା ଜାରି କରିଛନ୍ତି।

କିଛି ବର୍ଷ ହେଲା କୁଲି ମେହେର ସମାଜର ବହୁ ପରିବାର ଉପରେ ସାମାଜିକ ବାସନ୍ଦ ସହ ଅର୍ଥଦଣ୍ଡାଦେଶ କରାଯାଉଥିବା ଅଭିଯୋଗ ହେଉଥିଲା। ଏହାପରେ ଶାନ୍ତି କମିଟିରେ କଂଗାରୁ କୋର୍ଟ ଉପରେ କଟକଣା ନିଷ୍ପତ୍ତି ହୋଇଛି। ସାବାଳକ ଓ ସାବାଳିକା ନିଜ ଇଚ୍ଛାରେ ବିବାହ କରିପାରିବେ। ଏନେଇ କେହି ନିଷ୍ପତ୍ତି ଉଲ୍ଲଂଘନ କଲେ ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ବୋଲି ସ୍ଥିର ହୋଇଛି। ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଆଦିତ୍ୟ ଗୋଏଲଙ୍କ ସମେତ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ, ନିଖିଳ ଉତ୍କଳ କୁଲି ମେହେର ସମାଜର ସଭାପତି ଧନସିଂ ମେହେର, ସଂପାଦକ ଚିତ୍ତରଞ୍ଜନ ମେହେର, ମୁଖ୍ୟ ଉପଦେଷ୍ଟା ଦୀନବନ୍ଧୁ ମେହେର, ଦଶରଥ ମେହେର, କ୍ଷୀରେଶ୍ବର ମେହେର, ଡ. ରଘୁନାଥ ମେହେର, ଡ. ଦୁର୍ବାଦଳ ମେହେର, ଲକ୍ଷ୍ମଣ ମେହେର, ବିଭୀଷଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe