ପୁଅ ମୃତ୍ୟୁର ଗୋଟିଏ ଦିନ ପରେ କରୋନାରେ ଆଖିବୁଜିଲେ ବାପା

Advertisment
ବାପାଙ୍କ ମୃତ୍ୟୁର ଦୁଇଦିନ ପରେ ପୁଅ ମୃତ

123rf.com

ଭେଡ଼େନ : ପୁଅ ମୃତ୍ୟୁର ଗୋଟିଏ ଦିନ ପରେ ବାପା କରୋନାରେ ଆଖିବୁଜିବା ଭଳି ଦୁଃଖଦ ଘଟଣା ଘଟିଛି ବରଗଡ଼ ଜିଲ୍ଲା ଭେଡ଼େନ ଗ୍ରାମରେ।

ଭେ‌ଡ଼େନ ନିବାସୀ ଶୁକ୍ରୁ ମେହେରଙ୍କର କରୋନାରେ ଶୁକ୍ରବାର ମୃତ୍ୟୁ ହୋଇଥିଲା। କରୋନାରେ ଆକ୍ରାନ୍ତ ହୋଇ ଶନିବାର ଅପରାହ୍ନ ୫ଟାରେ ତାଙ୍କ ବାପା ପରୀକ୍ଷିତ ମେହେର(୯୦)ଙ୍କ ପରଲୋକ ଘଟିଛି। ତିନି ଦିନ ପୂର୍ବରୁ ଉଭୟ ବାପ-ପୁଅଙ୍କର କରୋନା ପଜିଟିଭ୍‌ ବାହାରିଥିଲା। ଭେଡ଼େନ ତହସିଲଦାର ଅନିଲ ହୋତା ଓ ବିଡିଓ ରଘୁନାଥ ପାଣିଗ୍ରାହୀଙ୍କ ଉପସ୍ଥିତିରେ ଦୋମୁହାଁଣୀସ୍ଥିତ କୋଭିଡ୍‌ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ଦୁଇ ଦିନ ମଧ୍ୟରେ ଗୋଟିଏ ଘରୁ ଦୁଇଟି ଜୁଇ ଜଳିଥିବାରୁ ଭେଡ଼େନରେ ଶୋକରଛାୟା ଖେଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe