ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ‌ରେ ଘଟିଥିବା ଦଳାଚକଟା ଭଳି ପରିସ୍ଥିତିର ବିସ୍ତୃତ ତଦନ୍ତ କରାଯିବ: ଆଇନ ମନ୍ତ୍ରୀ

ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ‌ରେ ଦଳାଚକଟା ପରିସ୍ଥିତି ଭଳି ଦୁର୍ଭାଗ୍ୟଜନକ ଘଟଣା ରବିବାର ସକାଳେ ଘଟିଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଏହି ଘଟଣାର ବିସ୍ତୃତ ତଦନ୍ତ କରାଯିବ..

A detailed investigation will be conducted into the incident like the one that took place near Srigundicha temple: Law Minister

A detailed investigation will be conducted into the incident like the one that took place near Srigundicha temple: Law Minister Photograph: (sambad.in)

ପୁରୀ: ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟ‌ରେ ଦଳାଚକଟା ପରିସ୍ଥିତି ଭଳି ଦୁର୍ଭାଗ୍ୟଜନକ ଘଟଣା ଘଟିଛି। ଏହି ଦଳାଚକଟା ଭଳି ପରିସ୍ଥିତିର ବିସ୍ତୃତ ତଦନ୍ତ କରାଯିବା ନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୪ଟା ୫୦ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରଦ୍ଧାଳୁମାନେ ରଥାରୁଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦେଖିବା ପାଇଁ ଭିଡ଼ ଜମାଇଥିଲେ। ଫଳରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଦୁଇ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ପ୍ରାଣ ହରାଇଥିଲେ।

ଆଇନ ମନ୍ତ୍ରୀ କହିଛନ୍ତି, ଏହି ମାମଲାରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ତଦନ୍ତ ଚାଲିଛି।

ଅଧିକ ପଢ଼ନ୍ତୁ: ଇସ୍ରାଏଲ ଇରାନରେ ଯାହା କରିଥିଲା ​​ଚୀନ୍ ତାଇୱାନରେ ତାହା କରିବାକୁ ପ୍ରସ୍ତୁତ ହେଉଛି!

ଆଇନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ‘ଆଜି ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସମୟରେ ଠେଲାପେଲା ଯୋଗୁ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ।

ମହାପ୍ରଭୁଙ୍କ ନିକଟରେ ପରଲୋକଗତ ଆତ୍ମାଙ୍କର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି । ଏପରି ଦୁଃଖଦ ସମୟକୁ ସାମ୍ନା କରିବା ପାଇଁ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମହାପ୍ରଭୁ ଅସୀମ ଧୈର୍ଯ୍ୟ ଦିଅନ୍ତୁ।

ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ବ୍ୟବସ୍ଥା କରଯାଇଛି। ଏଥିସହ ସମସ୍ତ ଆହତ ବ୍ୟକ୍ତିମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି।’ 

ଅଧିକ ପଢ଼ନ୍ତୁ: ଶରଧାବାଲିରେ ଦଳାଚକଟା ଭଳି ପରିସ୍ଥିତି: ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

puri | Saradhabali

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe