CREATOR: gd-jpeg v1.0 (using IJG JPEG v62), quality = 100
ଯୁଯୁମୁରା: ଯୁଯୁମୁରା ଥାନା କେଶାପାଲି ଗ୍ରାମର ଦୁର୍ଲଭ ସେଠ(୨୬) ଶନିବାର ମଧ୍ୟାହ୍ନରେ ପାଣିରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ସେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ସେ ଭିନ୍ନକ୍ଷମ ହୋଇଥିବାରୁ ଗାଧୋଉଥିବା ସମୟରେ ଅସାବଧାନତା ଯୋଗୁଁ ପାଦ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ। ଏହି ଘଟଣା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ।
ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଛି। ମୃତକଙ୍କ ସ୍ତ୍ରୀ ଓ ୨ ବର୍ଷର ଝିଅ ଅଛନ୍ତି। ଦୁର୍ଲଭ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ ଏବେ ତାଙ୍କ ପତ୍ନୀ ଓ ଝିଅ ବେସାହାରା ହୋଇ ପଡ଼ିଛନ୍ତି। ସରକାରୀସ୍ତରରେ ତାଙ୍କ ପରିବାରକୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।
Follow Us