ଗୁଜରାଟରୁ ଆସିଲା ୪୮ ଲକ୍ଷ ଟଙ୍କାର ଦାନ

ଗୁଜରାଟରୁ ଆସିଲା ୪୮ ଲକ୍ଷ ଟଙ୍କାର ଦାନ

ପୁରୀ: ଗୁଜରାଟର ଗ୍ରାମ୍ୟ ବିକାଶ ଟ୍ରଷ୍ଟ ତରଫରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରାୟ ୪୮ ଲକ୍ଷ ଟଙ୍କା ଦାନ କରାଯାଇଛି। ମିନେରାଲ ଡେଭଲପମେଣ୍ଟ କର୍ପୋରେସନ ଲିମିଟେଡ୍‌ର ବରିଷ୍ଠ ପ୍ରଶାସନିକ ଅଧିକାରୀ ହାସମୁଖ ଆଧିଆ ଓ ପରିଚାଳନା ନିର୍ଦ୍ଦେଶକ ରୂପବନ୍ତ ସିଂହଙ୍କ ସମେତ ଅନ୍ୟାନ୍ୟ ଅଧିକାରୀବୃନ୍ଦ ୪୭ ଲକ୍ଷ ୮୫ ହଜାର ଟଙ୍କାର ଏକ ଚେକ୍‌ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଏଠାରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉପଜିଲାପାଳ ଭବତାରଣ ସାହୁଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଦାତାମାନଙ୍କୁ ମହାପ୍ରଭୁଙ୍କ ଲାଗି ପାଟ ବସ୍ତ୍ର ମୁଖ୍ୟ ପ୍ରଶାସକ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe