କାଣ୍ଡେଲରେ ରାତି ଅଧରେ ଉଡ଼ିଲା ଡ୍ରୋନ୍‌!

କାଣ୍ଡେଲରେ ରାତି ଅଧରେ ଉଡ଼ିଲା ଡ୍ରୋନ୍‌!

PCMag

କେସିଙ୍ଗା: କେସିଙ୍ଗା ଥାନା କାଣ୍ଡେଲ ଗାଁରେ ରବିବାର ବିଳମ୍ବିତ ରାତିରେ ଏକ ଡ୍ରୋନ୍ କ୍ୟାମେରା ବୁଲୁଥିବା ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଡକାୟତି ଉଦ୍ୟମ ପାଇଁ ଡକାୟତମାନେ ଏଭଳି କରୁଥିବା ଆଲୋଚନା ହେବା ପରେ ଲୋକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। କେସିଙ୍ଗା ପୁଲିସ୍‌କୁ ଏନେଇ ଜଣାଇବା ପରେ ପୁଲିସ୍ ପହଞ୍ଚିଥିଲା। ସେତେବେଳକୁ ଡ୍ରୋନ୍ ଉଭାନ ହୋଇଯାଇଥିଲା। ସ୍ଥାନୀୟ ଲୋକ ଦୁଇ ପ୍ରକାର ଡ୍ରୋନ୍ ଉଡୁଥିବା ଭିଡିଓ ମୋବାଇଲରେ କଏଦ୍ କରିଛନ୍ତି।

ଯାହା ସୋସିଆଲ ମିଡିଆରେ ଘୂରିବୁଲୁଛି। ତେବେ ସେହି ଡ୍ରୋନ୍‌ଟି କେଉଁଠୁ ଆସିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆଗରୁ ମଧ୍ୟ ବହୁ ଗାଁରେ ଏଭଳି ଡ୍ରୋନ୍ ବୁଲୁଥିବା ଦେଖି ଲୋକେ ଭୟଭୀତ ହୋଇଥିବା ବେଳେ ଏନେଇ ଏହି ଘଟଣାର ତଦନ୍ତ କରାଯିବାକୁ ଅଞ୍ଚଳବାସୀଙ୍କ ମଧ୍ୟରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe