ଜାଣ୍ଡୋଲରେ ଗୋଟିଏ ପରିବାର ନିଶ୍ଚିହ୍ନ ଘଟଣା: ଆତ୍ମହତ୍ୟା ନୁହେଁ, ଗଣହତ୍ୟା!

Advertisment

ହତ୍ୟା ମାମଲା ରୁଜୁକରି ପୁଲିସର ତଦନ୍ତ, ରକ୍ତଲଗା ଫିଙ୍ଗର୍‌ ପ୍ରିଣ୍ଟ୍‌ ପରଦା ହଟାଇବ

ହତ୍ୟା ମାମଲା ରୁଜୁକରି ପୁଲିସର ତଦନ୍ତ, ରକ୍ତଲଗା ଫିଙ୍ଗର୍‌ ପ୍ରିଣ୍ଟ୍‌ ପରଦା ହଟାଇବ

ଜାଣ୍ଡୋଲରେ ଗୋଟିଏ ପରିବାର ନିଶ୍ଚିହ୍ନ ଘଟଣା: ଆତ୍ମହତ୍ୟା ନୁହେଁ, ଗଣହତ୍ୟା!

ବରଗଡ଼/ଥୁଆପାଲି :  ବରଗଡ଼ ଜିଲ୍ଲା ଭେଡ଼େନ ଥାନା ଅନ୍ତର୍ଗତ ଜାଣ୍ଡୋଲ ଗାଁରେ ସଂଘଟିତ ଅଭାବନୀୟ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି। ଏହି ଘଟଣାରେ ଜାଣ୍ଡୋଲ ଗାଁ କନ୍ଧପଡ଼ାର ଶେଷଦେବଙ୍କ ପରିବାର ନିଶ୍ଚିହ୍ନ ହୋଇଯାଇଛି। ‌ତେବେ ଏହି ଆତ୍ମହତ୍ୟା ନୁହେଁ, ଏହା ଗଣହତ୍ୟା ବୋଲି ସନ୍ଦେହ କରାଯାଉଛି। ପୁଲିସ ବି ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ମୃତକମାନେ ହେଲେ, ଶେଷଦେବ ମେହେର (୬୫), ସ୍ତ୍ରୀ କ୍ଷୀରେଶ୍ବରୀ (୬୦), ପୁଅ ଅରବିନ୍ଦ (୩୦) ଓ ଝିଅ ଶିବାନୀ (୨୨)। ଶେଷଦେବ , କ୍ଷୀରେଶ୍ବରୀ ଏବଂ ଶିବାନୀଙ୍କ ମୁଣ୍ଡରେ ହାତୁଡ଼ିରେ ପିଟି ପିଟି ହତ୍ୟା କରାଯାଇଛି। ସେମାନଙ୍କ ମୁହଁ ଠିକ୍‌ରେ ଚିହ୍ନି ବି ହେଉନି। ତେବେ ଅରବିନ୍ଦଙ୍କ ଶବ ଝୁଲନ୍ତା ଅବସ୍ଥାରେ ଘରୁ ଉଦ୍ଧାର ହୋଇଛି। ଘର ଭିତରେ ରକ୍ତଭିଜା ହାତୁଡ଼ି ମିଳିଛି। ବାରଣ୍ଡାରେ ଥିବା ସ୍କୁଟିରେ ରକ୍ତଛିଟା ଲାଗିଛି। ସାଇଣ୍ଟିଫିକ୍‌ ଟିମ୍‌ ଏବଂ ସନ୍ଧାନୀ କୁକୁର ଛାନ୍‌ଭିନ୍‌ କରିଛନ୍ତି। ଏବେ ପୁଲିସ୍‌ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ଶୀଘ୍ର ମାମଲାର ପର୍ଦ୍ଦାଫାସ ହେବ ବୋଲି ପୁଲିସ୍‌ କହୁଛି।

ଅନ୍ୟପକ୍ଷରେ, ତଦନ୍ତ ବେଳେ ଘର ଭିତର ସାରା ଏବଂ ବାରଣ୍ଡା ସାରା ରକ୍ତ ପଡ଼ିଥିବା ଦେଖିବାକୁ ମିଳିଛି। ବାରାଣ୍ଡାରେ ଥିବା ସ୍କୁଟିରେ ବି ରକ୍ତଦାଗ ରହିଛି। ଶେଷଦେବଙ୍କୁ ବାରଣ୍ଡାରେ ପିଟିପିଟି ହତ୍ୟା କରାଯାଇ ପରେ ଶବକୁ  ଘୋଷାଡ଼ି ଘୋଷାଡ଼ି  ଘର ଭିତରକୁ ନିଆଯାଇଥିବା ଅନୁମାନ କରାଯାଉଛି। ସେଠାରେ ଶବକୁ କମ୍ବଳରେ ଘୋଡ଼ାଇ ଦିଆଯାଇଛି। ଅରବିନ୍ଦଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଥିବାବେ‌ଳେ ତାଙ୍କ ଶରୀରର ମଧ୍ୟ କେତେ କ୍ଷତ ଚିହ୍ନ ଥିବା ଦେଖାଯାଇଛି।
ପୁଲିସ୍‌ ପ୍ରାଥମିକ ତଦନ୍ତରେ ଆଖପାଖର ଲୋକଙ୍କ ମୃତ ପରିବାରବର୍ଗଙ୍କ ସଂପର୍କୀୟଙ୍କୁ ପଚରାଉଚରା କରିଛି। କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟ ହିଁ ମାମଲାର ଗୁମର ଖୋଲିବ ବୋଲି ପୁଲିସ୍‌ ପକ୍ଷରୁ କହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe