ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Advertisment
ଅସିତ ତ୍ରିପାଠୀଙ୍କୁ ସଚିବାଳୟରେ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ବର : ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ। ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରରେ ସନ୍ଧ୍ୟା ୫ଟା ୩୦ରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯିବ। ଏଥିରେ ରାଜ୍ୟ ପ୍ରଶାସନର ସମସ୍ତ ସଚିବ, କମିସନ, ପ୍ରମୁଖ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଓଏଏସ୍‌ ଅଧିକାରୀମାନେ ଯୋଗଦେବେ। ସୂଚନାଯୋଗ୍ୟ ଶ୍ରୀ ତ୍ରିପାଠୀ ଆସନ୍ତା ୩୧ ତାରିଖରେ ପ୍ରଶାସନିକ ଚାକିରିରୁ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ମୁଖ୍ୟ ଶାସନ ସଚିବ ଭାବେ ବର୍ତ୍ତମାନ ଉନ୍ନୟନ କମିସନର ଥିବା ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସରକାର ନିଯୁକ୍ତ କରିସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe