ସନ୍ତାନର ଭରଣପୋଷଣ ଦାୟିତ୍ବରୁ ମୁକ୍ତ ହୋଇ ପାରିବେନି ବାପା

Advertisment

ସନ୍ତାନର ଭରଣପୋଷଣ ଦାୟିତ୍ବରୁ ବାପା ମୁକ୍ତ ହୋଇ ପାରିବେ ନାହିଁ। କିନ୍ତୁ ଯଦି ବାପା ଓ ମା ଉଭୟ ରୋଜଗାର କରୁଥିବେ ତେବେ ପିଲାର ଖର୍ଚ୍ଚ ଉଭୟ ବହନ କରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

ସନ୍ତାନର ଭରଣପୋଷଣ ଦାୟିତ୍ବରୁ ବାପା ମୁକ୍ତ ହୋଇ ପାରିବେ ନାହିଁ। କିନ୍ତୁ ଯଦି ବାପା ଓ ମା ଉଭୟ ରୋଜଗାର କରୁଥିବେ ତେବେ ପିଲାର ଖର୍ଚ୍ଚ ଉଭୟ ବହନ କରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

fdfhfhth

କଟକ: ସନ୍ତାନର ଭରଣପୋଷଣ ଦାୟିତ୍ବରୁ ବାପା ମୁକ୍ତ ହୋଇ ପାରିବେ ନାହିଁ। କିନ୍ତୁ ଯଦି ବାପା ଓ ମା ଉଭୟ ରୋଜଗାର କରୁଥିବେ ତେବେ ପିଲାର ଖର୍ଚ୍ଚ ଉଭୟ ବହନ କରିବେ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ନାବାଳକ ପୁଅର ଭରଣପୋଷଣ ପାଇଁ ମାସିକ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ବାପାଙ୍କୁ ପୁରୀ ପରିବାର ଅଦାଲତ ଦେଇଥିବା ନିର୍ଦ୍ଦେଶ ବିରୋଧରେ ଦାୟର ମାମଲାର ଶୁଣାଣି କରି ଜଷ୍ଟିସ ଗୌରୀଶଙ୍କର ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ରାୟରେ ଉଲ୍ଲେଖ କରାଯାଇଛି ଯେ ଅଭିଭାବକଙ୍କ କ୍ଷମତା (ଷ୍ଟାଣ୍ଡାର୍ଡ) ଅନୁସାରେ ପିଲାମାନଙ୍କ ଲାଳନପାଳନ କରାଯିବ। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୁପ୍ରିମକୋର୍ଟ ‘ନେହା ତ୍ୟାଗୀ’ ମାମଲାରେ ପ୍ରଦାନ କରିଥିବା ରାୟର ନଜିର ଏଥିରେ ଉଲ୍ଲେଖ କରାଯାଇଛି। ଏହି ରାୟ ଅନୁସାରେ ଛାଡ଼ପତ୍ର ପରେ ମଧ୍ୟ ସନ୍ତାନ ସାବାଳକ ହେବା ପର୍ଯ୍ୟନ୍ତ ଭରଣପୋଷଣ ଦାୟିତ୍ବରୁ ବାପା ମୁକ୍ତ ହୋଇ ପାରିବେ ନାହିଁ। ବାପା-ମାଙ୍କ ବିବାଦ ପାଇଁ ସନ୍ତାନ ଯେପରି ସମସ୍ୟାରେ ନ ପଡେ, ତାହା ମଧ୍ୟ ଦେଖାଯିବ। 

ପତି-ପତ୍ନୀ ଦୁହେଁ ରୋଜଗାର କରୁଥିଲେ ପିଲାଙ୍କ ଭରଣପୋଷଣ ଅର୍ଥ ସମାନୁପାତିକ ଭାଗ ହେବ

ଏଥିସହିତ ଯଦି ପତ୍ନୀ କର୍ମଜୀବୀ ହୋଇଥିବେ ଓ ଯଥେଷ୍ଟ ରୋଜଗାର କରୁଥିବେ ତେବେ ପିଲାଙ୍କ ଭରଣପୋଷଣ ବାବଦ ଅର୍ଥ ବାପା-ମାଙ୍କ ମଧ୍ୟରେ ସମାନୁପାତିକ ଭାବେ ଭାଗ ‌ହେବ ବୋଲି ହାଇକୋର୍ଟ କହିଛନ୍ତି। ଏହି ମାମଲାରେ ବାପା ଓ ମା ଉଭୟ ବ୍ୟାଙ୍କ ଅଧିକାରୀ ହୋଇଥିବା ବେଳେ ସେମାନଙ୍କ କ୍ଷମତା ଅନୁସାରେ ସନ୍ତାନର ଶିକ୍ଷା, ସ୍ବାସ୍ଥ୍ୟ, ଖାଦ୍ୟ, ବସ୍ତ୍ର ଇତ୍ୟାଦି ଖର୍ଚ୍ଚ ମାସିକ ପ୍ରାୟ ୨୫ ହଜାର ଟଙ୍କା ପରିବାର ଅଦାଲତ ଆକଳନ କରିଥିଲେ। ବାପାଙ୍କଠାରୁ ମା ଅଧିକ ଦରମା ପାଉଥିବାରୁ ପୁଅର ଭରଣପୋଷଣ ଅର୍ଥ ୨୫ ହଜାର ଟଙ୍କାରୁ ବାପାଙ୍କ ଅଂଶ ୧୦ ହଜାର ଟଙ୍କା ହିସାବ କରାଯାଇଥିଲା। ଏହି ଅନୁସାରେ ପ୍ରତିମାସରେ ପୁଅର ଭରଣପୋଷଣ ବାବଦରେ ବାପା ୧୦ ହଜାର ଟଙ୍କା ପ୍ରଦାନ କରିବେ ବୋଲି ପରିବାର ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ପୁଅ ସାବାଳକ ବୟସରେ ପହଞ୍ଚିବା ପର୍ଯ୍ୟନ୍ତ ଏହି ଭରଣପୋଷଣ ଅର୍ଥ ବାପା ପ୍ରଦାନ କରିବେ ବୋଲି କହିଥିଲେ ଅଦାଲତ। ପରିବାର ଅଦାଲତଙ୍କ ଏହି ରାୟ ଆଇନ ସମ୍ମତ ବୋଲି ହାଇକୋର୍ଟ ମତ ଦେଇଛନ୍ତି। ଏଥି ସହିତ ପରିବାର ଅଦାଲତଙ୍କ ରାୟକୁ ଚାଲେଞ୍ଜ କରି ବାପାଙ୍କ ତରଫରୁ ଦାୟର କରାଯାଇଥିବା ଆବେଦନକୁ ହାଇକୋର୍ଟ ଖାରଜ କରିଛନ୍ତି। 

ମାମଲାର ବିବରଣୀରୁ ପ୍ରକାଶ ଯେ ବିବାହ ପରେ ବିବାଦ ପାଇଁ ପତି-ପତ୍ନୀ ଅଲଗା ରହିବା ଆରମ୍ଭ କରିଥିଲେ। ଉଭୟ ଉଚ୍ଚ ପଦରେ ଚାକିରି କରୁଥିବା ବେଳେ ପତ୍ନୀଙ୍କ ନିକଟରେ ପୁଅ ରହିଥିଲା। ପତ୍ନୀ ରୋଜଗାରିଆ ହୋଇଥିବାରୁ ନିଜ ଭରଣପୋଷଣ ପାଇଁ ଦାବି କରି ନଥିଲେ। ଅନ୍ୟପକ୍ଷରେ ନାବଳକ ପୁଅର ଭରଣପୋଷଣ ପାଇଁ ପତ୍ନୀ ପୁରୀ ପରିବାର ଅଦାଲତରେ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ନାବାଳକ ପୁଅ ତରଫରୁ ଅଭିଭାବକ ଭାବେ ଏହି ମାମଲା ସେ ଦାୟର କରିଥିଲେ। ଅଦାଲତ ଆବେଦନର ଶୁଣାଣି କରି ପୁଅକୁ ବାପା ମାସିକ ୧୦ ହଜାର ଟଙ୍କା ଭରଣପୋଷଣ ବାବଦରେ ପ୍ରଦାନ କରିବେ ବୋଲି ୨୦୨୩, ଜୁଲାଇ ୨୯ରେ ନିର୍ଦ୍ଦେଶ ଦେଇଥିଲେ। ଏହି ନିର୍ଦ୍ଦେଶକୁ ବିରୋଧ କରି ବାପା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥ‌ିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe