ଦୁଇ ଯୁବକଙ୍କ ମଧ୍ୟରେ ମାର୍‌ପିଟ: ଦୁଇ ମାମଲା

ଦୁଇ ଯୁବକଙ୍କ ମଧ୍ୟରେ ମାର୍‌ପିଟ: ଦୁଇ ମାମଲା

Pinterest

କାଳିଆପାଣି: ଟମକା ଥାନା ଅନ୍ତର୍ଗତ ଗୌଡ଼ବାହାଳି ଗାଁରେ ଗତ ଶୁକ୍ରବାର ୨ ଯୁବକଙ୍କ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉଭୟପକ୍ଷ ଥାନାରେ ପୃଥକପୃଥକ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗକୁ ଭିତ୍ତିକରି ପୁଲିସ ୨ଟି ମାମଲା ରୁଜୁ କରିଛି। ପରମାନନ୍ଦ ସାହୁଙ୍କ ପୁଅ ସୁରେଶ(୨୭)ଙ୍କ ଏତଲା ଅନୁଯାୟୀ, ସେ ନିଜ ଗାଁର ସମ୍ବିତ ସାହୁଙ୍କ ଘରେ କାମ କରୁଥିବା ‌ସମୟରେ ହରିହର ପୃଷ୍ଟିଙ୍କ ପୁଅ ଦାଶରଥି ତାଙ୍କ ମାଆଙ୍କୁ ଗାଳିଗୁଲଜ ଓ ଅଶାଳୀନ ବ୍ୟବହାର କରିଥିଲା।

ସୁରେଶ ଗାଁକୁ ଯାଇ ପଚାରିବାରେ ଦାଶରଥି ଓ ତାର ସହଯୋଗୀ କାହ୍ନୁ ଚରଣ ପୃଷ୍ଟି ମିଶି ତାଙ୍କୁ ଏକ ବାଉଁଶ ବାଡ଼ିରେ ପିଟିଥିଲେ। ଏଥିରେ ସୁରେଶଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଓ ସେ ଆନନ୍ଦପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ପ୍ରାଥମିକ ଚିକିତ୍ସା ପରେ ସେ ଥାନାକୁ ଆସି ଏତଲା ଦାଏର କରିଥିଲେ। ତାଙ୍କ ଅଭିଯୋଗକୁ ଭିତ୍ତିକରି ଅଭିଯୁକ୍ତ ଦାଶରଥି ଓ କାହ୍ନୁ ନାଁରେ ୬୪/୨୨ରେ ମାମଲା ରୁଜୁ ହୋଇଛି। ସେହିପରି ଦାଶରଥିଙ୍କ ଏତଲାକୁ ଭିତ୍ତି କରି ସୁରେଶଙ୍କ ନାଁରେ ମଧ୍ୟ ୬୫/୨୨ରେ ମାମଲା ରୁଜୁ ‌ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe