representetional immage- Ommcom News
ସୋନପୁର: ସୁବର୍ଣ୍ଣପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସରେ ସ୍କୁଲ ଓ କଲେଜ ପିଲାମାନେ ଗାଡ଼ି ଚଳାଉଥିବା ଉପରେ ଯାଞ୍ଚ କରାଯାଉଛି। ଏହି କ୍ରମରେ ବୁଧବାର ୩ ଜଣ ନାବାଳକ ଗାଡ଼ି ଚାଳକ ଧରାପଡ଼ିଥିଲେ।
ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ପ୍ରତ୍ୟେକଙ୍କ ଠାରୁ ୨୫ ହଜାର ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ନିର୍ଦେଶ ଦିଆଯାଇଥିଲା। ଏହାସହ ସେମାନଙ୍କୁ ୨୫ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ପାଇଁ ଅନୁମତି ରଦ୍ଦ କରାଯାଇଛି।
Follow Us