ସୋନପୁର: ସୋନପୁର ବଡ଼ବଜାରରେ ଥିବା ଅନ୍ନପୂର୍ଣ୍ଣା କ୍ଲଥ୍ ଷ୍ଟୋରରେ ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ଲକ୍ଷାଧିକ ଟଙ୍କା ମୂଲ୍ୟର କପଡ଼ା ପୋଡ଼ି ଛାରଖାର ହୋଇଯାଇଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଦିନ ପ୍ରାୟ ୧ଟାରେ ଦୋକାନର ମାଲିକ ଅମିତ ଅଗ୍ରୱାଲ ଦୋକାନ ବନ୍ଦ କରି ନିଜ ଘରକୁ ଖାଇବାକୁ ଯାଇଥିଲେ। ହଠାତ୍ ୨.୩୦ଟାରେ ଦୋକାନରେ ନିଆଁ ଲାଗିଥିବା ଖବର ପାଇ ଦୋକାନକୁ ଆସିଥିଲେ। ଦୋକାନରେ ଥିବା ଲକ୍ଷାଧିକ ଟଙ୍କା ମୂଲ୍ୟର କପଡ଼ା ପୋଡ଼ି ପାଉଁଶ ହୋଇଯାଇଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳକୁ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସର୍ଟସର୍କିଟ୍ରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ କରାଯାଉଛି।
Follow Us