ଠିକା ସଂସ୍ଥା କ୍ୟାମ୍ପରେ ଲାଗିଲା ନିଆଁ, ଶ୍ରମିକ ଜୀବନ୍ତ ଦଗ୍ଧ

Advertisment
ଠିକା ସଂସ୍ଥା କ୍ୟାମ୍ପରେ ଲାଗିଲା ନିଆଁ, ଶ୍ରମିକ ଜୀବନ୍ତ ଦଗ୍ଧ

The Asian Age

ଭବାନୀପାଟଣା/କେସିଙ୍ଗା/ଉତ୍କେଲା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ପାଷ୍ଟିକୁଡ଼ି ଓ ନାସିଗାଁ ମଝିରେ ଥିବା ରାଜେଶ ଠାକୁରଙ୍କ ଠିକା ସଂସ୍ଥା କ୍ୟାମ୍ପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିବା ଫଳାରେ ଜଣେ ଶ୍ରମିକଙ୍କ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘଟିଛି। ମୃତକ ହେଲେ ପ୍ରଦୀପ କେତକୀ (୪୫) ଓ ସେ ସଂସ୍ଥାରେ ଷ୍ଟୋର୍‌ କିପର୍‌ ଭାବେ କାର୍ଯ୍ୟରତ ଥିଲେ। କିଭଳି ନିଆଁ ଲାଗିଲା ଓ ନିଆଁ ଲାଗିବାର କାରଣ ଜଣାପଡ଼ି ନାହିଁ। ତେବେ ଘଟଣା ପୂର୍ବରୁ କ୍ୟାମ୍ପ୍‌ରେ ପ୍ରଦୀପଙ୍କ ସହ କେବଳ ରୋଷେୟା ଥିଲେ।

ରୋଷେୟା କୌଣସି ସାମଗ୍ରୀ କିଣିବାକୁ ଛକକୁ ଯାଇଥିବା ବେଳେ ପ୍ରଦୀପ କ୍ୟାମ୍ପ୍‌ରେ ଶୋଇଥିଲେ। ଏହି ସମୟରେ ନିଆଁ ଲାଗି ଯାଇଥିଲା। ସେଠାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ମହଜୁଦ ଥିବାରୁ ନିଆଁ ସଙ୍ଗେ ସଙ୍ଗେ ଚାରିଆଡ଼କୁ ବ୍ୟାପି ଯାଇଥିଲା ଓ ଉଦ୍ଧାର କଲା ବେଳକୁ ପ୍ରଦୀପଙ୍କ ଶ୍ବାସରୁଦ୍ଧ ହୋଇ ମୃତ୍ୟୁ ହୋଇ ସାରିଥିବା ପୁଲିସ୍ କହିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଚଳାଇଛି। ତେଣେ ପୁଲିସ୍ ମଧ୍ୟ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe