ପାଟଣାଗଡ଼ ବ୍ଲକରେ ଲାଗିଲା ନିଆଁ: କାଗଜପତ୍ର ସହ ପୋଡ଼ିଗଲା କମ୍ପ୍ୟୁଟର

Advertisment
ପାଟଣାଗଡ଼ ବ୍ଲକରେ ଲାଗିଲା ନିଆଁ: କାଗଜପତ୍ର ସହ ପୋଡ଼ିଗଲା କମ୍ପ୍ୟୁଟର

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅଫିସରେ ନିଆଁ ଲାଗିଥିବା ବେଳେ ଏଥିରେ କିଛି କାଗଜପତ୍ର ପୋଡି ଯାଇଥିବା ନେଇ ସୂଚନା ମିଳିଛି। ରାତିରେ କୌଣସି କାରଣରୁ ବ୍ଲକ ଅଫିସର ଗ୍ରାମୀଣ ବସ୍ତି ଉନ୍ନୟନ ବିଭାଗରୁ ଧୁଆଁ ବାହାରୁଥିବା ନେଇ କିଛି ଲୋକ ଦେଖିଥିଲେ। ପରେ ବିଡିଓଙ୍କୁ ଏ ନେଇ ଖବର ଦେଇଥିଲେ। ଦମକଳବାହନିଙ୍କୁ ଖବର ଦିଆ ଯାଇଥିଲା। ନିଆଁକୁ କାବୁ କରା ଯାଇଥିବା ଜଣାପଡିଛି।

ନିଆଁ ଲିଭାଯିବା ପୂର୍ବରୁ ଉକ୍ତ କୋଠରୀରେ ଥିବା କିଛି କାଗଜପତ୍ର ସହ ଏକ କମ୍ପ୍ୟୁଟର ସର୍ଟ ସର୍କିଟ ଦ୍ବାରା ପୋଡି ଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବିଡିଓ ନୀଳମାଧବ ସୁନାଙ୍କୁ ପଚରାଯିବାରୁ ସେ, କୌଣସି କାରଣରୁ ସର୍ଟ ସର୍କିଟ ହୋଇ କିଛି ମାତ୍ରାରେ ଧୂଆଁ ବାହାରୁଥିବା ନେଇ ଜାଣିବା ପରେ ତାକୁ ତୁରନ୍ତ ଲିଭା ଯାଇଥିବା ନେଇ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe