ୱେଲଡିଂ ଗ୍ୟାରେଜରେ ନିଆଁଲାଗି ଜଳିଗଲା ଗାଡ଼ି

ୱେଲଡିଂ ଗ୍ୟାରେଜରେ ନିଆଁଲାଗି ଜଳିଗଲା ଗାଡ଼ି

ଏସ. ରାମପୁର : ସୁବର୍ଣ୍ଣପୁର ଜିଲ୍ଲା ରାମପୁର ତହସିଲ ଅନ୍ତର୍ଗତ ପଣ୍ଡକିଟାଲସ୍ଥିତ ଏକ ୱେଲ୍ଡିଂ ଗ୍ୟାରେଜରେ ୱେଲ୍ଡିଂ କରୁଥିବା ସମୟରେ ନିଆଁଲାଗି ଏକ ଗାଡ଼ି ପୋଡ଼ି ନଷ୍ଟ ହୋଇ ଯାଇଥିବା ସୂଚନା ମିଳିଛି। ବୁଧବାର ଦିନ ପ୍ରାୟ ୧୧.୩୦ ସମୟରେ ପଣ୍ଡକିଟାଲ-ବଡ଼କର୍ଲେ ରାସ୍ତାକଡ଼ରେ ଥିବା ୱେଲ୍ଡିଂ ଗ୍ୟାରେଜରେ ଏକ ବୋଲେରୋ ଗାଡ଼ି (ଓଆର-୨୨-୭୮୮୭)ରେ ୱେଲ୍ଡିଂ କାମ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗି ହୁ ହୁ ହୋଇ ଜଳିବାକୁ ଲାଗିଥିଲା।

ତେବେ ଉପସ୍ଥିତ ଲୋକେ କିଛି ବୁଝିବା ଆଗରୁ ଗାଡ଼ି ଭିତରେ ଲାଗିଥିବା ସିଟ୍ ତଥା ମେଟରେ ନିଆଁ ଧରିବାରୁ ନିଆଁର ପ୍ରକୋପ ବଢ଼ି ଯାଇଥିଲା। ଲୋକେ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତ ନ ହେବାରୁ ରାମପୁର ଦମକଳ କେନ୍ଦ୍ରକୁ ଫୋନ କରିଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସତ, ମାତ୍ର ସେତେବେଳକୁ ଗାଡ଼ିଟି ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। ଗାଡ଼ିଟି ବେହେରାମାଲସ୍ଥିତ ଶିବ ପ୍ରଧାନଙ୍କର ବୋଲି ଜଣାପଡ଼ିଛି। ତେବେ ଗାଡ଼ିର କୌଣସି ବୀମା କାଗଜପତ୍ର ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe