ଅସ୍ତରଙ୍ଗ ସମୁଦ୍ରକୂଳରେ ଲାଗିଲା ଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର

Advertisment
ଅସ୍ତରଙ୍ଗ ସମୁଦ୍ରକୂଳରେ ଲାଗିଲା ଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର

ଅସ୍ତରଙ୍ଗ: ଅସ୍ତରଙ୍ଗ ସମୁଦ୍ରକୂଳରେ ଏକଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର ଲାଗିଛି। ସମୁଦ୍ରରେ ଭାସି ଆସି ଆଜି ସକାଳୁ ଡାଳୁଅକଣି ଅଣାକଣା ତଣ୍ଡା ନିକଟରେ ଏହି ଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର ଲାଗିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଭୟଭୀତ ହୋଇପଡ଼ିଥିଲେ। ପୂର୍ବରୁ ଏକରି କୌଣସି ଯନ୍ତ୍ର ସମ୍ପର୍କରେ ଜାଣି ନଥିବାରୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଥିଲା। ଖବର ପାଇବା ପରେ ଏହି ଯାନ୍ତ୍ରଟିକୁ ଦେଖିବାକୁ ଭିଡ଼ ଜମିଥିଲା ଓ ଅଧିକାଂଶ ଲୋକ ଏହି ଯନ୍ତ୍ରଟି ବିଷୟରେ ଜାଣିନଥିବାରୁ ପ୍ରକୃତରେ ଏହା କଣ ଜାଣିବାକୁ ସମସ୍ତଙ୍କର ଉତ୍କଣ୍ଠା ବଢିଥିଲା। ଶେ‌ଷରେ ଏହା ଏକ ‘ଡ୍ୟାନ ବଏ’ ବା ଭାସମାନ ଦିଗନିର୍ଣ୍ଣୟ ଯନ୍ତ୍ର ବୋଲି କୋଷ୍ଟଗାର୍ଡ ସୂଚନା ଦେଇଛି।

ଲଙ୍ଗର ଦ୍ୱାରା ଲାଗିଥିବା ଏହି ଯନ୍ତ୍ରଟି ସମୁଦ୍ର ମଧ୍ୟରେ ପାଣି ଜାହାଜ ହେଉ ଅବା ମତ୍ସ୍ୟଜୀବୀଙ୍କୁ ଦିଗ ନିର୍ଣ୍ଣୟ କରିବାରେ ସହାୟକ ହୋଇଥାଏ।ଏହା ସମୁଦ୍ର କୂଳଠାରୁ କିଛି ଦୂରରେ ପାଣିରେ ଭାସମାନ ଅବସ୍ଥାରେ ରହିଥାଏ ଓ ସମୁଦ୍ର ଢେଉ ଯୋଗୁ ଯନ୍ତ୍ରଟି ଦୋହଲିଲେ ଏଥିରେ ଲାଗିଥିବା ଲାଇଟ୍ ଜଳିଥାଏ। ଫଳରେ ଗଭୀର ସମୁଦ୍ରରେ ଚଳପ୍ରଚଳ ଟ୍ରଲର, ଜାହାଜକୁ ଏହାଦିଗ ଦେଖାଇଥାଏ। ସେହିପରି ଏକାଧିକ ଜାହାଜ ଏକ ସଙ୍ଗରେ କୂଳକୁ ଆସିବା ବେଳେ କିମ୍ବା ଅନୁପ୍ରବେଶ କରିବା ବେଳେ ଏଥିରେ ଲାଗିଥିବା ସାଇରନ୍ ବାଜି ସଂକେତ ଦେଇଥାଏ ବୋଲି ସୂଚନା ମିଳିଛି। ସମୁଦ୍ରରେ ଭାସମାନ ଅବସ୍ଥାରେ ଥିବା ଏହି ଯନ୍ତ୍ରଟିର ଚେନ୍ ତଳକୁ ଥାଏ, କିନ୍ତୁ କୌଣସି କାରଣରୁ ଚେନ୍ କଟିଗଲେ ତାହା ଭାସିଯାଇ କୂଳରେ ଲାଗିଥାଏ ବୋଲି କୋଷ୍ଟଗାର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe