ଶ୍ରୀମନ୍ଦିରରେ ପଶିଗଲେ ବିଦେଶିନୀ

ଶ୍ରୀମନ୍ଦିରରେ ପଶିଗଲେ ବିଦେଶିନୀ

ପୁରୀ : ଶ୍ରୀମନ୍ଦିରରେ ବୁଧବାର ଦିନ ଜଣେ ବିଦେଶିନୀ ପଶିଯିବା ଦେଖିବାକୁ ମିଳିଛି। ଏହା ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ମିଳିଥିବା ସୂଚନା ମୁତାବକ, ବୁଧବାର ଅପରାହ୍ନ ପ୍ରାୟ ୫ଟାରେ ଶ୍ରୀମନ୍ଦିର ଗହଳଚହଳ ଥିବାବେଳେ ସମ୍ପୃକ୍ତ ବିଦେଶୀ ମହିଳା ଶ୍ରୀମନ୍ଦିର ଭିତରେ ପଶିଯାଇଥିଲେ। ଶ୍ରୀମନ୍ଦିର ଭିତରୁ ବାଇଶି ପାହାଚ ଦେଇ ସମ୍ପୃକ୍ତ ବିଦେଶୀ ଫେରୁଥିବା ବେଳେ ଗଣମାଧ୍ୟମର ନଜର ପଡ଼ିଥିଲା। ପରେ ସଂପୃକ୍ତ ବିଦେଶୀ ସିଂହଦ୍ୱାର ଦେଇ ଫେରି ଆସିଥିଲେ। କିନ୍ତୁ, କାହାରି ପ୍ରଶ୍ନର ପ୍ରତ୍ୟୁତ୍ତର ରଖିନଥିଲେ।

ଶ୍ରୀମନ୍ଦିର ସେବାୟତ ଓ ଅଣହିନ୍ଦୁଙ୍କୁ ଚିହ୍ନଟ ପାଇଁ ଚାରିଦ୍ୱାରରେ ଶ୍ରୀମନ୍ଦିର ପୁଲିସ ସହ ଓଡ଼ିଶା ପୁଲିସ ନିୟୋଜିତ ହୋଇଛନ୍ତି। ଓଡ଼ିଶା ପୁଲିସ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ଏତେ ସୁରକ୍ଷା ଭିତରେ ଏହି ବିଦେଶୀ ଜଣକ ଶ୍ରୀମନ୍ଦିର ଭିତରକୁ ପଶିଯିବା ଘଟଣାକୁ ଆଜି ସେବାୟତ ଓ ଭକ୍ତ ମହଲରେ ତୀବ୍ର ସମାଲୋଚନା କରାଯାଇଛି। ଶ୍ରୀଜଗନ୍ନାଥ ଭକ୍ତ ପରିଷଦ ଏହାକୁ ତୀବ୍ର ନିନ୍ଦା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe