ରାଜଗାଙ୍ଗପୁର: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ

Advertisment
ରାଜଗାଙ୍ଗପୁର: ବନ୍ଦ ଘରୁ ମିଳିଲା ଗୋଟିଏ ପରିବାରର ୪ ଜଣଙ୍କ ମୃତଦେହ

ରାଜଗାଙ୍ଗପୁର: ରାଜଗାଙ୍ଗପୁରୁ ଆସିଛି ଏକ ଅଭାବନୀୟ ଖବର। ଗୋଟିଏ ପରିବାରର ୪ ଜଣଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି । ଦୁଃଖର ବିଷୟ ହେଉଛି, ଏଥିରେ ଦୁଇ ଜଣ ଶିଶୁ ବି ଅଛନ୍ତି । ଏହି ଘଟଣା ସମଗ୍ର ସହରରେ ଶୋକର ବାତାବରଣ ସୃଷ୍ଟି କରିଛି। ସୂଚନା ଅନୁସାରେ, ଏକ ଘରୁ ପଚା ଗନ୍ଧ ଆସିବ‌ା ପରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଏହା ପରେ ଉକ୍ତ ଘର ଭିତରୁ ୪ ଜଣଙ୍କ ମୃତଦେହ ମିଳିଥିଲା । 

publive-image

ରାଜଗାଙ୍ଗପୁର ଆଇଟି କଲୋନୀରେ ଥିବା ପ୍ରମୋଦ ରାଉତଙ୍କ ଘରୁ ଗତକାଲି  ଦୁର୍ଗନ୍ଧ ବାହାରିଥିଲା । ଏହି ଘରେ କାଂଶବାହାର ଗୋଆଲପଡାର ରଞ୍ଜିତ ପ୍ରସାଦ ପତ୍ନୀ କଳ୍ପନା ଓ ତାଙ୍କର ଦୁଇ ପୁଅଝିଅଙ୍କୁ ନେଇ ବେଶ କିଛି ଦିନ ହେବ ଭଡାରେ ରହୁଥିଲେ। ଗତକାଲିଠାରୁ ଘରର କବାଟ ଭିତରପଟୁ ବନ୍ଦ ରହିବା ସହ ପ୍ରବଳ ଦୁର୍ଗନ୍ଧ ବାହାରିବା‌ରେ ଲାଗିଥିଲା। ଏଥିରେ ଅତିଷ୍ଠ ହୋଇ ପାଖପଡ଼ୋଶୀ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସିବା ପରେ ଭିତ‌ରେ ମୃତଦେହ ଥିବା ସନ୍ଦେହ କରି ମାଜିଷ୍ଟ୍ରେଟଙ୍କୁ ଖବର ଦେଇଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଘର ଖୋଲାଯିବା ପରେ ପୂରା ପରିବାର ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ପୁଲିସ ଫୋରେନ୍ସିକ ଟିମର ସହାୟତାରେ ଉକ୍ତ ଘରୁ ରଞ୍ଜିତ ପ୍ରସାଦ, ପତ୍ନୀ କଳ୍ପନା, ୩ ବର୍ଷର ଝିଅ କନକ ଓ ଦେଢ଼ବର୍ଷର ପୁଅର ମୃତଦେହ ଉଦ୍ଧାର କରିଛି। ମୃତଦେହ ନିକଟରୁ କ୍ଷୀର ଥିବା ଗିନା ଜବତ କରାଯାଇଛି। ଏଥିରେ ଥିବ‌ା କ୍ଷୀରକୁ ପରୀକ୍ଷା ଲାଗି ଫୋରେନ୍ସିକ ଲାବୋରୋଟୋରିକୁ ପଠାଯାଇଛି। ତେବେ ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି କି ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କର ମୃତ୍ୟୁ ଘଟିଛି।

publive-image

ରଞ୍ଜିତ ପ୍ରସାଦଙ୍କ ପରିବାରକୁ ପଡିଶା ଲୋକେ ‌ଶେଷ ଥର ଲାଗି  ଗୁରୁବାର ଦେଖିଥିବା ବେଳେ ପରେ ଆଉ ଦେଖି ନଥିବା କହିଛନ୍ତି । ରଞ୍ଜିତ ପ୍ରସାଦ ଡାଲମିଆ ଶିଳ୍ପଗୋଷ୍ଠୀ ଦ୍ବାରା ପରିଚାଳିତ ଓସିଏଲର  ମେକାନିକାଲ ବିଭାଗରେ କାମ କରୁଥିଲେ। ପାରିବାରିକ ସମସ୍ୟା ନେଇ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe