ସାଙ୍ଗକୁ ପେଚ୍‌କସ୍‌ରେ ଆକ୍ରମଣ କରି ହତ୍ୟା

Advertisment
ଯୁବକଙ୍କୁ ପିଟି ଲହୁଲୁହାଣ ପରେ ହତ୍ୟା

DNA India

ଅତାବିରା:‌ ବରଗଡ଼ ଜିଲ୍ଲା ଅତାବିରା ଏନ୍ଏସି ଅନ୍ତର୍ଗତ ୱ‌ାର୍ଡ ନଂ-୧୧ କାଣ୍ଡପାଲି ଗ୍ରାମରେ ଗତକାଲି ରାତିରେ ସାମାନ୍ୟ କଥାକୁ ନେଇ ସାଂଗମାନେ ସୁବାର୍ଚ୍ଚନ ଭୁଏ(୩୧) ନାମକ ଯୁବକଙ୍କୁ ପେଚକସ୍‌ରେ ଆକ୍ରମଣ କରିବାରୁ ତାଙ୍କ ମୃତ୍ୟୁ ଘଟିଛି। ସୁବାର୍ଚ୍ଚନକୁ ବଂଚାଇବାକୁ ଯାଇ ସଂପର୍କୀୟ କାକା  ପୂର୍ଣ୍ଣ ବେହେରା ଓ ତାଙ୍କ ପୁଅ ଗୁଣନିଧି ବେହେରା ଗୁରୁତର ଆଘାତ ହୋଇଛନ୍ତି। ଉଭୟେ ବୁର୍ଲାରେ ଚିକିତ୍ସିତ ହୋଇଥିଲେ। ମୃତ୍ୟୁ ଖବର ପାଇ ଅତାବିରା ପୁଲିସ ତୁରନ୍ତ ଘଟଣାସ୍ଥଳକୁ ଯାଇ ଫେରାର ଥିବା ଯୁବକଙ୍କୁ ଧରିବା ପାଇଁ ରାତିସାରା ତନାଘନା କରିଛି।

ପୁଲିସ ଏ ନେଇ ଏକ ମାମଲା ରୁଜୁ କରି  ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ପ୍ରକାଶ ଯେ, ଅବିବାହିତ ସୁବାର୍ଚ୍ଚନ ଗୋଡ଼ଭଗା ଫାଣ୍ଡି ଅଧୀନସ୍ଥ ଛନ୍ଦପାଲିର ଏକ ମୁଢ଼ି ମିଲରେ କାମ କରୁଥିବା ବେଳେ ପୁଷପୁନି ଦିନରୁ ଛୁଟି କରି ଘରେ ଏକାକୀ ରହୁଥିଲେ। ଗତ ରାତିରେ ମଦ ପିଇ ଘରକୁ ଆସିଥିଲେ। ରାତି ସାଢ଼େ ୧୧ଟା ବେଳେ  କିଛି ବନ୍ଧୁ ଘରକୁ ଆସି ପାଟିତୁଣ୍ଡ କରିଥିଲେ। ସେମାନଙ୍କ ଭିତରୁ ଜଣେ ଏକ ପେଚ୍‌କସ୍‌ରେ ପେଟ ଓ ବେକରେ ଆକ୍ରମଣ କରିଥିଲା। ସୁବାର୍ଚ୍ଚନଙ୍କ ପାଟି ଶୁଣି ସଂପର୍କୀୟ କାକା ପୂର୍ଣ୍ଣ ଓ ଗୁଣନିଧି ଛଡ଼ାଇବାକୁ ଆସିଥିଲେ। ତାଙ୍କ ଦେହରେ ମଧ୍ୟ ପେଚକସ୍ ବାଜି ଥିଲା। ସୁବାର୍ଚ୍ଚନ ଛଟପଟ ହୋଇ ସେଠାରେ ଟଳି ପଡ଼ିଥିଲେ। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲା।  ପୁଲିସ କିଛି ଲୋକଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ତନାଘନା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe