ଘରେ କନ୍ୟା, ମେଡିକାଲ ନେଲା ପରେ ଆଉ ଏକ କନ୍ୟା ଜନ୍ମ

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚର୍‌ରେ ଗଲେ ପ୍ରସୂତି

ଘରେ କନ୍ୟା, ମେଡିକାଲ ନେଲା ପରେ ଆଉ ଏକ କନ୍ୟା ଜନ୍ମ

ମୋହନା: ଗଜପତି ଜିଲ୍ଲାର ଦୁର୍ଗମ ଆଦିବାସୀ ଇଲାକରୁ ପୁଣି ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ଭଲ ରାସ୍ତାଟିଏ ନ ଥିବାରୁ ଗାଁକୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଫଳରେ, ଘରେ ବେଦନାରେ ଛଟପଟ ହୋଇ ପ୍ରସବ ପରେ ଉଭୟ ପ୍ରସୂତି ଓ ନବଜାତକୁ ଷ୍ଟ୍ରେଚର୍‌ରେ ବୋହି ଆମ୍ବୁଲାନ୍ସ ଯାଏ ନେବାକୁ ପଡ଼ିଛି। ମେଡ଼ିକାଲ ଗଲା ପରେ ସେ ଆଉ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଏଭଳି ଏକ ଘଟଣା ମୋହନା ବ୍ଲକ୍ ହାଡ଼ୁପଦର୍ ଗାଁରେ ଦେଖିବାକୁ ମିଳିଛି।

publive-image

ଆଜି ସକାଳ ୮ଟା ବେଳେ ହାଡ଼ୁପଦର ବାସିନ୍ଦା କିଶାନ୍ତ କନ୍ଧଙ୍କ ପତ୍ନୀ ସସ୍ମିତାଙ୍କ ଗର୍ଭ ଯନ୍ତ୍ରଣା ବଢ଼ିବାରୁ ଆଶାକର୍ମୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ହେଲେ, ହାଡ଼ୁପଦର ଗାଁକୁ ଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ଥିବା ହେତୁ ଆମ୍ବୁଲାନ୍ସ ସସ୍ମିତାଙ୍କ ପାଖରେ ପହଞ୍ଚି ପାରିଲାନି। ଏପଟେ ବିଳମ୍ବ ହେବାରୁ ଘରେ ହିଁ ସସ୍ମିତା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତାପରେ, ଆଶାକର୍ମୀ, ଆମ୍ବୁଲାନ୍ସ କର୍ମଚାରୀ ଓ ଗ୍ରାମବାସୀ ଏକ ଷ୍ଟ୍ରେଚର୍‌ରେ ଉଭୟ ମା ଓ ଶିଶୁକନ୍ୟାକୁ ପ୍ରାୟ ଏକ କିମି. ପର୍ଯ୍ୟନ୍ତ ବୋହି ନେଇଥିଲେ। ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ମେଡିକାଲରେ ଭର୍ତ୍ତି ହେବା ପରେ ପୁଣି ସସ୍ମିତା ଆଉ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ବର୍ତ୍ତମାନ ମା’ ଓ ଜାଆଁଳା ଶିଶୁ ଦ୍ବୟ ସୁସ୍ଥ ଥିବା ଜଣାପଡ଼ିଛି। ତେବେ, ଜନନୀ ଯନ୍ତ୍ରଣାର ଏହି ସ୍ଥିତି କେବେ ବଦଳିବ ସେ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ଗ୍ରାମ୍ୟରାସ୍ତାକୁ ସଜାଡ଼ିବା ସକାଶେ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe