ଆମ୍ବ ଗଛରେ ଚଢି ନାବାଳିକାର ଆତ୍ମାହୁତି ଉଦ୍ୟମ, ଜୀବନ ରକ୍ଷା କଲେ ଯୁବକ

Advertisment
ଆମ୍ବ ଗଛରେ ଚଢି ନାବାଳିକାର ଆତ୍ମାହୁତି ଉଦ୍ୟମ, ଜୀବନ ରକ୍ଷା କଲେ ଯୁବକ

ଡ଼ାବୁଗାଁ: ସାମାନ୍ୟ କଥା କୁ ନେଇ ଜଣେ ନାବାଳିକା ମାନସିକ ଭାରସାମ୍ୟ ହରାଇ ଏକ  ଆମ୍ବ ଗଛରେ ଚଢ଼ି ଆତ୍ମାହୁତି ଉଦ୍ୟମ କରୁଥିବା ସମୟରେ ଦେବଦୂତ ସାଜି ସଠିକ୍ ସମୟରେ ଜଣେ ଯୁବକ ନାବାଳିକାଙ୍କ ଜୀବନ ରକ୍ଷା କରିଛନ୍ତି। ପ୍ରାୟ  ଏକ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଆମ୍ବ ଗଛ ଉପରେ ହାଇ ଡ୍ରାମା ପରେ ନାବାଳିକାଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି। ଏପରି ଘଟଣା କୋଚିତ ଦେଖିବାକୁ ମିଳୁଥିବା ବେଳେ ଯୁବକଙ୍କ ସାହସିକତା ଏବଂ ନାବାଳିକାର ଜୀବନ ରକ୍ଷା କରି ଥିବାରୁ ଯୁବକ ଡାବୁଗାଁ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇଛନ୍ତି। ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସଦର ଡଙ୍ଗରିଗୁଡ଼ାର ଜଣେ ୧୬ ବର୍ଷର ନାବାଳିକା ଅନିତା ଗୌଡ଼ ପରିବାର ମଧ୍ୟରେ କୌଣସି କଥାକୁ ନେଇ ଅପରାହ୍ନ ପ୍ରାୟ ୩ଟାରେ ମାନସିକ ଭାରସାମ୍ୟ ହରାଇଥିଲା। ନିକଟ ଆମ୍ବ ତୋଟାକୁ ଚାଲି ଯାଇଥିଲା। ସେଠାରେ ସେ ଏକ ୧୦୦ ଫୁଟ ଉଚ୍ଚତାର ଆମ୍ବ ଗଛରେ ଚଢି ଯାଇଥିଲା। ଏକ ଡାଳରେ ନିଜର ଓଢ଼ଣୀ କୁ ବେକରେ ବାନ୍ଧି ନାବାଳିକା ଜଣକ ଆତ୍ମାହୁତି ଉଦ୍ୟମ କରିଥିଲା।

ତେବେ ନାବାଳିକାର ଗତିବିଧି ଉପରେ ଲକ୍ଷ୍ୟ କରୁଥିବା ଡଙ୍ଗରିଗୁଡ଼ାର ଜଣେ ଯୁବକ ସୁଭାସ ଚନ୍ଦ୍ର କୁମ୍ଭାର ଉପସ୍ଥିତି ବୁଦ୍ଧି ଖଟାଇ ନାବାଳିକା ଚଢ଼ିଥିବା ଆମ୍ବ ଗଛ ଉପରେ ଛପି ଛପି ଚଢ଼ି ଯାଇଥିଲା। ଆତ୍ମାହୁତି ଉଦ୍ୟମ ସମୟରେ ନାବାଳିକାକୁ ଧରି ନେଇଥିଲା। ନାବାଳିକାର ଓଢ଼ଣିକୁ ଦାନ୍ତରେ କାଟି ୧୦୦ ଫୁଟ ଉଚ୍ଚତାରେ ଥିବା ଆମ୍ବ ଗଛରେ ଦୁହେଁ ରହି ଯାଇଥିଲେ। ନାବାଳିକାକୁ ଧରି ଓହ୍ଲାଇବା ଯୁବକ ପକ୍ଷରୁ କଷ୍ଟକର ହୋଇଥିଲା।   ଯୁବକ ଜଣକ ସେହି ରାସ୍ତା ଦେଇ ଯାଉଥିବା କିଛି ଲୋକଙ୍କୁ ପାଟି କରିବା ପରେ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା। ଶେଷରେ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଉଦ୍ଧାର ପାଇଁ ଖବର ଦେଇଥିଲେ। ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଆସି ଏକ ଲମ୍ବା ସିଡି ଆମ୍ବ ଗଛ ଉପରେ ପକାଇ ନାବାଳିକାକୁ ରଶି ବାନ୍ଧି ଆମ୍ବ ଗଛ ଉପରୁ ଓହ୍ଲାଇ ଥିଲେ। ଓହ୍ଲାଇବା ସମୟରେ ଦେବଦୂତ ସାଜିଥିବା  ଯୁବକ ସୁଭାସ ଚନ୍ଦ୍ର ଅଗ୍ନିଶମ କର୍ମଚାରୀଙ୍କୁ ୧୦୦ ଫୁଟ ଗଛ ଉପରେ ରହି ସାହାଯ୍ୟ କରିଥିଲା। ତୁରନ୍ତ ନାବାଳିକାକୁ ଉଦ୍ଧାର ପରେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ନାବାଳିକା ସୁସ୍ଥ ଥିବା ଜଣା ପଡ଼ିଥିବା ବେଳେ ଡାବୁଗାଁ  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଡାବୁଗାଁ ସଦର ଡଙ୍ଗରିଗୁଡ଼ାର ସାହାସୀ ଯୁବକ ସୁଭାସ ଚନ୍ଦ୍ର କୁମ୍ଭାରର  ଉପସ୍ଥିତ ବୁଦ୍ଧି ଯୋଗୁ ଜଣକର ଜୀବନ ରକ୍ଷା ହୋଇଥିବାରୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe