The New Indian Express
କାଳିଆପାଣି/ସୁକିନ୍ଦା: ସୁକିନ୍ଦା ଥାନା ପାଖ ଶାସନର ପ୍ରେମାନନ୍ଦ ଦ୍ବିବେଦୀଙ୍କ ଘରେ ପଶି ଜଣେ ଲୁଟେରା ତାଙ୍କ ପତ୍ନୀ ରୀନା ଦ୍ବିବେଦୀ(୫୨)ଙ୍କ ଗଳାରୁ ସୁନାଚେନ୍ ଝାମ୍ପିନେଇଛି। ଆଜି ଅପରାହ୍ଣରେ ହେଲମେଟ୍ ପିନ୍ଧିଥିବା ଜଣେ ଅଜଣା ବ୍ୟକ୍ତି ନିଜ ମୋବାଇଲ୍ ଫୋନ୍ରେ କଥାହୋଇ ଶ୍ରୀ ଦ୍ବିବେଦୀଙ୍କ ଘର ଆଡ଼କୁ ଆସିଥିଲା।
ଆପଣଙ୍କ ପୁଅ ଫୋନ୍ କରିଛନ୍ତି, ଜରୁରି କଥା ଅଛି କହି ରୀନାଙ୍କୁ ନିଜ ଫୋନ୍ ଧରାଇଦେବା ବାହାନା କରିଥିଲା। ରୀନା ପାଖକୁ ଆସିବା ମାତ୍ରେ ତାଙ୍କ ଚେନ୍ ଝାମ୍ପିନେଇ ଷ୍ଟାର୍ଟ୍ ଥିବା ବାଇକ୍ରେ ଚମ୍ପଟ୍ ମାରିଥିଲା। ଏସଂକ୍ରାନ୍ତରେ ଥାନାରେ ଏତଲା ହେବା ପରେ ପୁଲିସ ତଦନ୍ତ କରୁଛି।
Follow Us