ବରଗଡ଼ ଧନୁଯାତ୍ରା: ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା    

Advertisment
ବରଗଡ଼ ଧନୁଯାତ୍ରା: ଭବ୍ୟ ସାଂସ୍କୃତିକ ଶୋଭାଯାତ୍ରା    

ମଥୁରାନଗରୀ: ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଲା ସାଂସ୍କୃତିକ ଶୋଭାଯାତ୍ରା। ପ୍ରଚାର ପ୍ରସାର କମିଟି ପକ୍ଷରୁ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାକୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଏବଂ ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ ଦାସ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ।

publive-image

ପ୍ରଥମରେ ସ୍ଥାନୀୟ ଗାନ୍ଧୀଛକଠାରେ ଥିବା ମହାତ୍ମା ଗାନ୍ଧୀ, ସ୍ୱଭାବ କବି ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ, ଏସ୍‌ପି ତଥା ବହୁ ମାନ୍ୟଗନ୍ୟ ବ୍ୟକ୍ତି ଓ ଧନୁଯାତ୍ରା ମହୋତ୍ସବ ସମିତିର କର୍ମକର୍ତ୍ତା ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ଅାରମ୍ଭ ହୋଇଥିଲା ବିଭିନ୍ନ ପ୍ରାନ୍ତରୁ ଅାସିଥିବା କଳାକାରମାନଙ୍କୁ ନେଇ ସାଂସ୍କୃତିକ ଶୋଭାଯାତ୍ରା। ଏହା ନଗର ପରିକ୍ରମା କରିବା ପରେ  ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚିଥିଲା।

publive-image

ଶୋଭାଯାତ୍ରାରେ ୨୨ଟି ସାଂସ୍କୃତିକ ଦଳ ଭାଗ ନେଇଥିଲେ। ଜେ. ଶ୍ରୀଗିଡ଼ାର ଗୋବିନ୍ଦ ବ୍ୟାଣ୍ଡ, କୁଶଂଗଗର ଦୁଲଦୁଲି, ଭବାନୀପାଟଣାର ମୃଣ୍ମୟୀ କଲ୍‌ଚରାଲ୍‌ ଏକ‌ାଡେମି, ରେମତାର ମା' ମଂଗଳା ଘଣ୍ଟ ପାର୍ଟି, ଝର୍‌ର ଆଦିବାସୀ ନୃତ, କନ୍ଦାଗାଡ଼ର ଦଣ୍ଡନାଚ, ବିଜେପୁରର ଗୁଡ଼କା, ଭେଡ଼େନ ବରପଦରର ବାବା ସଂକୀର୍ତନ୍ୟ ପାର୍ଟି, କଟାପାଲିର ମା' ସମଲେଶ୍ବରୀ କରମସାନୀ କଳା ପରିଷଦ, ପଞ୍ଜାବୀ ଭାଂଗଡ଼ା, କଛଣ୍ଡାପାଲି ମା' ବୁଢ଼ୀ ଦୁର୍ଗା ମହିଳା ସଂକୀର୍ତ୍ତନ୍ୟ ମଣ୍ଡଳୀ, ଗଣ୍ଡିଆପାଲିର ସମଲେଶ୍ବରୀ ସଂପ୍ରଦା ଦଳ, ପରମାନପୁରର ଉଦଣ୍ଡ କୀର୍ତ୍ତନ ଦଳ, ପାଇକମାଳର ଛେତାନଜେନ୍‌ ମାଉଲି କଲାଂଗି, କଣ୍ଟାମାଲର ପ୍ରଗତି ସାଂସ୍କୃତିକ ଦଳ, ସୁନ୍ଦରଗଡ଼ର ମା' ସମଲେଶ୍ବରୀ ଆଦିବାସୀ କିସାନ ନୃତ୍ୟ ଦଳ, ବଡ଼ଗାଁର ମା' କରମସାନୀ କଳା ପରିଷଦ, ପୁରୀର ଘଣ୍ଟ ପରଭା ନାଚ, ଡୁଂଗୁରିପାଲିର ଗଣ୍ଡାବାଜା, କନ୍ଧମାଳର କଳା ବିକାଶ କେନ୍ଦ୍ର ଏବଂ ସିଂହେନପାଲିର ଦୁଲଦୁଲି ସାଂସ୍କୃତିକ ଅନୁଷ୍ଠାନ ସାମିଲ ହୋଇଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe