ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହର ଦେଇ ପ୍ରବାହିତ ୩ ନଦୀ ଜରାଳୀ, ସରାଳୀ ଓ ଶୁକଯୋଡ଼ି ଏବେ ବିଭିନ୍ନ କାରଣରୁ ସତ୍ତା ହରାଇବାକୁ ବସିଛି। ଯାହାର କୁପ୍ରଭାବ ସହରବାସୀଙ୍କ ଉପରେ ପଡ଼ିବା ଆରମ୍ଭ ହୋଇଗଲାଣି। ବହୁବର୍ଷ ତଳେ ବାରିପଦା ଦେଇ ଅନେକ ନଦୀନାଳ ପ୍ରବାହିତ ହେଉଥିଲା। ଏଠାରେ ଏକାଧିକ ଜଳାଶୟ ରହିଥିଲା। ଯେଉଁଥି ପାଇଁ ଉକ୍ତ ସ୍ଥାନର ନାମ ‘ଜଳ’ ବା ‘ବାରି’କୁ ଆଧାର କରି ବାରିପଦା ହୋଇଥିବା କୁହାଯାଏ। ହେଲେ, ଏବେ ଆଉ ସେ ସ୍ଥିତି ନାହିଁ। ସହରର ଅନେକ ଜଳାଶୟ ଧୀରେ ଧୀରେ ଅଦୃଶ୍ୟ ହୋଇଯାଇଥିବା ବେଳେ ଜରାଳୀ, ସରାଳୀ ଓ ଶୁକଯୋଡ଼ି ନଦୀ ମୃତପ୍ରାୟ ଅବସ୍ଥାରେ ଅଛି। ପରିବେଶବିତ୍ଙ୍କ ମତରେ, ଏହାପଛରେ ଏକାଧିକ କାରଣ ରହିଛି। ଯେମିତି କି ଅବିଚାରିତ ଭାବେ ସହରର ବର୍ଜ୍ୟବସ୍ତୁ ନଦୀକୁ ଛଡ଼ାଯାଉଛି।
Drinking Water:ନବରଂଗପୁର ଜିଲ୍ଲାରେ ବଢ଼ୁଛି ଜଳକଷ୍ଠ: ପାଣି ପାଇଁ ମାରପିଟ୍
ନଦୀ ପୁନରୁଦ୍ଧାର ପାଇଁ ୩୧୨ କୋଟି ଅନୁମୋଦନ ଅପେକ୍ଷାରେ
ଅନେକ ସ୍ଥାନରେ ଜମି ମାଫିଆ ନଦୀଶଯ୍ୟା ଓ ବନ୍ଧକୁ ଜବରଦଖଲ କରି କୋଠା ନିର୍ମାଣ କରୁଛନ୍ତି। ଏହି ୩ ନଦୀର ଆସନ୍ନ ମୃତ୍ୟୁର ଭୟଙ୍କର ପ୍ରଭାବ ବାରିପଦାବାସୀଙ୍କ ଉପରେ ପଡ଼ୁଛି। ସହରରୁ ବର୍ଷାପାଣି ନିଷ୍କାସନ ହୋଇ ନପାରି ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି। ବିଭିନ୍ନ ସ୍ଥାନରେ ଫାଟିଯାଇଥିବା ପାନୀୟଜଳ ପାଇପ୍ରେ ଦୂଷିତ ନଦୀପାଣି ମିଶି ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ନଦୀର ଜଳଧାରଣ କ୍ଷମତା କମିବା ସହ ଭୂତଳ ଜଳସ୍ତର ମଧ୍ୟ କମିଯାଉଛି। ଏନେଇ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି କହିଛନ୍ତି, ଜରାଳୀ, ସରାଳୀ ଓ ଶୁକଯୋଡ଼ି ନଦୀର ପୁନରୁଦ୍ଧାର ପାଇଁ ପୌରପାଳିକା ପକ୍ଷରୁ ନଗର ଉନ୍ନୟନ ବିଭାଗକୁ ପ୍ରସ୍ତାବ ଦିଆଯାଇଛି। ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ୩୧୨ କୋଟି ଟଙ୍କା ଅନୁମୋଦନ ଅପେକ୍ଷାରେ ରହିଛି।
Odia Student: ଜମ୍ମୁ କଶ୍ମୀରରେ ଗୋତି ଖଟୁଛନ୍ତି ନିଖୋଜ ଛାତ୍ର; ଉଦ୍ଧାର ପାଇ ଡିଆଇଜିକୁ ଚିଠି ଲେଖିଲେ ବିଧାୟକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/04/7s2OTJh0u89kfcAfSESu.jpg)