ଭୁବନେଶ୍ବର/ବାରିପଦା: ଜାଡ଼ରେ ଥରୁଛି ଓଡ଼ିଶା। ସବୁଠି ପାରଦ ତଳ ମୁହାଁ। ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ରାତି ତାପମାତ୍ରା। ଆଜି ଭୋରରେ ଏଠାକାର ସର୍ବନିମ୍ନ ତାପମାତ୍ରା ୫.୧ ଡିଗ୍ରିରେ ପହଞ୍ଚିଛି। ୧୯୫୩ରୁ ଏପର୍ଯ୍ୟନ୍ତ ଝାରସୁଗୁଡା ଇତିହାସରେ ସବୁଠାରୁ ଥଣ୍ଡା ରାତି ରେକର୍ଡ ହୋଇଛି। ଝାରସୁଗୁଡ଼ା ସମେତ ଓଡ଼ିଶାର ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ଆଜି ୧୦ ଡିଗ୍ରି କିମ୍ବା ତା’ଠାରୁ କମ୍ ରହିଥିଲା। ଦିନର ତାପମାତ୍ରା ମଧ୍ୟ ତଳକୁ ଖସିଛି। ଭୁବନେଶ୍ବର ତାପମାତ୍ରା ସ୍ବାଭାବିକଠାରୁ ୪.୮ ଡିଗ୍ରି ଅର୍ଥାତ୍ ୨୩.୮ ଡିଗ୍ରି ରହିଥିଲା। ଅନୁରୂପ ଭାବେ ଗୋପାଳପୁରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୫.୩ ଡିଗ୍ରି କମ୍ ଅର୍ଥାତ୍ ୨୨.୧ ଡିଗ୍ରି ରେକର୍ଡ ହୋଇଛି। ୯ଟି ପ୍ରମୁଖ ସହରର ଦିନର ତାପମାତ୍ରା ୨୪ ଡିଗ୍ରିରୁ କମ୍ ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ହଠାତ୍ ହ୍ରାସ ପାଇ ୧୨.୯ ଡିଗ୍ରିରେ ପହଞ୍ଚିଥିଲା।
Donald Trump : ମୋଦୀଙ୍କ ସହ ମୋର ଭଲ ସମ୍ପର୍କ, କିନ୍ତୁ ଏବେ ସେ ମୋ ଉପରେ ଖୁସି ନାହାନ୍ତି : ଟ୍ରମ୍ପ
ଏଥିସହ ଚଳିତବର୍ଷ କଟକ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରିକୁ ହ୍ରାସ ପାଇଛି। ଥଣ୍ଡା ସହ କୋହଲା ପବନ ଜାରି ରହିଥିବାରୁ ଉପକୂଳରେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଝାରସୁଗୁଡ଼ାଠାରେ ୫.୧ ଡିଗ୍ରି ରେକର୍ଡ ହୋଇଥିବା ବେଳେ ରାଉରକେଲାରେ ୬.୬, କିରେଇ ଓ ଘୁ.ଉଦୟଗିରିରେ ୬.୮, ଦାରିଙ୍ଗବାଡ଼ିରେ ୭.୫, ସୁନ୍ଦରଗଡ଼ରେ ୭.୬, ବଲାଙ୍ଗୀରରେ ୮.୮, ସୁବର୍ଣ୍ଣପୁରରେ ୯.୧ ରହିଥିଲା। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ଶୀତ ଜାରି ରହିବ। ଝାରସୁଗୁଡ଼ା, ସୁନ୍ଦରଗଡ଼, କୋରାପୁଟ, ଅନୁଗୁଳ, କଟକ ଓ ଜଗତସିଂହପୁର ଆଦି ସହରରେ ଶୀତ ଲହରି ପ୍ରବାହିତ ହେବ। ତେଣୁ ଏହି ସବୁ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବାର ବି ସମ୍ଭାବନା ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ପ୍ରବଳ ଜାଡ଼ ଜାରି ରହିବା ପରେ ପରବର୍ତ୍ତୀ ୩ ଦିନରେ ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ। ଫଳରେ ଶୀତ କମିବାର ସମ୍ଭାବନା ରହିଛି।
୯ଟି ସହରର ଦିନ ତାପମାତ୍ରା ୨୪ଂ ତଳେ
ଆହୁରି ୪ ଦିନ ହାଡ଼ଭଙ୍ଗା ଶୀତ
ଶିମିଳିପାଳରେ ୩ ଡିଗ୍ରିକୁ ଖସିଲା ପାରଦ, ବନ୍ୟଜନ୍ତୁ ପ୍ରଭାବିତ
ଶିମିଳିପାଳ ତାପମାତ୍ରା ହ୍ରାସ ପାଇ ୩ ଡିଗ୍ରିରେ ପହଞ୍ଚିଛି। ଉତ୍ତରା ପବନ ଓ କୁହୁଡ଼ି ଯୋଗୁ ବନ୍ୟଜନ୍ତୁ ମଧ୍ୟ ପ୍ରଭାବିତ ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାର ୨୬ଟି ବ୍ଲକ୍ର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ପାଖାପାଖି ରହିଥିବା ବେଳେ ଗତ ୨୪ ଘଣ୍ଟାରେ ଶିମିଳିପାଳର ତାପମାତ୍ରା ହ୍ରାସ ପାଇଛି ବୋଲି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦା ସର୍କଲ୍ର ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋମବାର ଉପର ବାରହାକାମୁଡ଼ା ରେଞ୍ଜରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରି ଓ ଚହଲାରେ ୯ ଡିଗ୍ରି ଥିବାବେଳେ ଆଜି ୩ ଡିଗ୍ରିକୁ ଖସିଯାଇଛି। ଅଭୟାରଣ୍ୟର ରାମତୀର୍ଥରେ ୯ ଡିଗ୍ରି, ଗୁଡ଼ୁଗୁଡ଼ିଆ ଓ ବରେହିପାଣିରେ ୭ ଡିଗ୍ରି ଏବଂ ସାତକୋଶିଆରେ ୯ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
Health: ଏମ୍କେସିଜିରେ ଅନ୍ଧାରରେ ରୋଗୀସେବା; ଅସ୍ତ୍ରୋପଚାର କକ୍ଷରେ ଲାଇନ୍ କଟିଗଲା
ଅନ୍ୟପକ୍ଷରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ବିଷୁବରେଖା ନିକଟସ୍ଥ ପୂର୍ବ ଭାରତ ମହାସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇଛି। ଆଜି ସକାଳ ୫ଟା ୩୦ରେ ସମାନ ଅଞ୍ଚଳରେ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ବିଷୁବରେଖା ନିକଟସ୍ଥ ପୂର୍ବ ଭାରତ ମହାସାଗର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/13/g-udayagiri-winter2.jpg)