ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢ଼ିବା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ‘ପଢ଼ିବା ଗଢ଼ିବା ଓଡ଼ିଶା’ କାର୍ଯ୍ୟକାରୀ ହେଉଛି। ମଙ୍ଗଳବାରଠାରୁ ରାଜ୍ୟର ୭୬୨ଟି ପିଏମ୍‌ଶ୍ରୀ ବିଦ୍ୟାଳୟରେ ଏହି ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି। ଜାନୁଆରି ୬ରୁ ୧୦ ମଧ୍ୟରେ ବିଦ୍ୟାଳୟ ସ୍ତରରେ ମୌଖିକ ଭାଷା ବିକାଶ, ଫୋନିକ୍ସ/ଡିକୋଡିଂ, ବିସ୍ତୃତ ପଠନ, ଲିଖନ ଭଳି କାର୍ଯ୍ୟକଳାପ କରାଯିବ। ପରବର୍ତ୍ତୀ ସମୟରେ ଜିଲ୍ଲାସ୍ତରରେ କାର୍ଯ୍ୟକ୍ରମ ହେବା ପରେ ଜାନୁଆରିରେ ରାଜ୍ୟସ୍ତରୀୟ ରିଡିଂ ଏକ୍ସଲେନ୍ସ ମେଳା ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ୫ ଦିନିଆ କାର୍ଯ୍ୟକ୍ରମ ମଧ୍ୟରୁ ୪ ଦିନ ଶ୍ରେଣୀଗୃହ କାର୍ଯ୍ୟକଳାପ ହେବାକୁ ଥିବାବେଳେ ଗୋଟିଏ ଦିନ ପ୍ରଦର୍ଶନୀ ଅନୁଷ୍ଠିତ ହେବ। 

Advertisment

Sad news again from the jatra world: ଯାତ୍ରା ଜଗତରୁ ପୁଣି ଆସିଲା ଦୁଃଖଦ ଖବର: ଆରପାରିକୁ ଚାଲିଗଲେ ଜ୍ଞାନ

ପ୍ରତି ବିଦ୍ୟାଳୟକୁ ୪୦ ହଜାର ଟଙ୍କା ପ୍ରଦାନ
ଜାନୁଆରିରେ ରାଜ୍ୟସ୍ତରୀୟ ରିଡିଂ ଏକ୍ସଲେନ୍ସ ମେଳା

ସ୍କୁଲ ସମୟରେ ହିଁ ଏହି କାର୍ଯ୍ୟକ୍ରମ କରାଯିବ। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବିଦ୍ୟାଳୟ ପିଛା ୪୦ ହଜାର ଟଙ୍କା ଲେଖାଏଁ ଦିଆଯାଇଛି। ଯେଉଁଥିରେ ପଠନ ସାମଗ୍ରୀ କିଣିବାକୁ ୨୫ ହଜାର ଟଙ୍କା ମିଳିବ। ପ୍ରଧାନଶିକ୍ଷକମାନେ ଏହି ଅର୍ଥରେ ଓଡ଼ିଆ/ଇଂରାଜୀ ସମ୍ବାଦପତ୍ର ବିଦ୍ୟାଳୟକୁ ମଗାଇବେ। ଛାତ୍ରଛାତ୍ରୀଙ୍କ ଉପଯୋଗୀ ମାସିକ ପତ୍ରିକା କିଣିବେ, ସରକାରୀ ପ୍ରକାଶନୀ ସଂସ୍ଥା ଦ୍ବାରା ପ୍ରକାଶିତ ପୁସ୍ତକ ଓ ବିଦ୍ୟାଳୟ ପରିଚାଳନା କମିଟି(ଏସ୍‌ଏମ୍‌ସି) ଅନୁମୋଦନକ୍ରମେ ଅନ୍ୟାନ୍ୟ ପଠନ ସାମଗ୍ରୀ କିଣାଯାଇପାରିବ। ବିଦ୍ୟାଳୟ ସ୍ତରୀୟ ୫ ଦିନିଆ କାର୍ଯ୍ୟକ୍ରମ ପାଇଁ ବାକି ୧୫ ହଜାର ଟଙ୍କା ଖର୍ଚ୍ଚ ହେବ। ପଠନ ଅଧିବେଶନ ପାଇଁ ସାମଗ୍ରୀ କ୍ରୟ, ସାଧନବ୍ୟକ୍ତିଙ୍କ ବାବଦରେ ୧୦୦୦ ଟଙ୍କା, ପ୍ରଦର୍ଶନୀ ଦିବସ ପାଇଁ ଆବଶ୍ୟକ ପ୍ରିଣ୍ଟିଂ, ପୁରସ୍କାର, ଅଡିଓ-ଭିଡିଓ ସହାୟକ, ଡକ୍ୟୁମେଣ୍ଟେସନ୍‌, ପ୍ରଦର୍ଶନ ସାମଗ୍ରୀ ଆଦି କିଣାଯିବ। ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଚୟନ କରିବାକୁ ସ୍କୁଲ ସ୍ତରରେ ଏକ ତିନିଜଣିଆ କମିଟି ଗଠନ କରାଯିବ। ଯେଉଁଥିରେ ପ୍ରଧାନଶିକ୍ଷକଙ୍କ ସମେତ ଭାଷାଭିତ୍ତିକ ଶିକ୍ଷକ ଓ ଜଣେ କିମ୍ବା ଦୁଇଜଣ ଏସ୍‌ଏମ୍‌ସି ପ୍ରତିନିଧି ରହିବେ।

Bangladesh: ହିନ୍ଦୁଙ୍କ ଉପରେ ଅତ୍ୟାଚାର ଜାରି, ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ଗଛରେ ବାନ୍ଧିଲେ

ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ ପାଇଁ ପ୍ରାରମ୍ଭିକ ସ୍ତର, ତୃତୀୟରୁ ପଞ୍ଚମ ଶ୍ରେଣୀ ପାଇଁ ପ୍ରସ୍ତୁତି ସ୍ତର, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଇଁ ମଧ୍ୟମ ସ୍ତର, ନବମରୁ ଦ୍ବାଦଶ ଶ୍ରେଣୀ ପାଇଁ ମାଧ୍ୟମିକ ସ୍ତର ରହିବ। କମିଟି ଦ୍ବାରା ପ୍ରତି ସ୍ତରରୁ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରୁଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବ।  ଏହି ୫ଦିନିଆ କାର୍ଯ୍ୟକ୍ରମର ଟିକିନିଖି ତଥ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପାଖରେ ସାଇତି ରଖିବେ। ଛାତ୍ରଛାତ୍ରୀଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା କାର୍ଯ୍ୟକଳାପକୁ ଏକାଠି କରି ପତ୍ରିକା ପ୍ରସ୍ତୁତ କରିବେ। ସମସ୍ତ ତଥ୍ୟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ଅନନ୍ୟା ଦାଶ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ପ୍ରକଳ୍ପ ସଂଯୋଜକଙ୍କୁ କହିଛନ୍ତି।