ବ୍ରହ୍ମପୁର: ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଅସ୍ତ୍ରୋପଚାର ସମୟରେ ବିଦ୍ୟୁତ ଚାଲିଯିବା କାରଣରୁ ଅନ୍ଧାରରେ ରୋଗୀ ସେବା କରାଯାଇଥିବା ଦେଖିବାକୁ ମିଳୁଛି। ଦକ୍ଷିଣ ଓଡ଼ିଶାର ଏକମାତ୍ର ରେଫରାଲ ହସପିଟାଲ୍ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ପ୍ରତିଦିନ କିଛି ନା କିଛି ସମସ୍ୟା ଲାଗି ରହୁଛି।
ଆଜି ଜଣେ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ସକାଳ ସମୟରେ ଓଟିକୁ ନିଆଯାଇଥିଲା। ରୋଗୀଙ୍କ ଅସ୍ତ୍ରୋପଚାର ସମୟରେ ହଠାତ୍ ବିଦ୍ୟୁତ ସେବା ବ୍ୟାଘାତ ହୋଇଥିଲା। ବିକଳ୍ପ ଭାବେ ଓଟିରେ ଲାଗିଥିବା ୟୁପିଏସ୍ ବି କାମ କରିନଥିଲା। କିଛି ସମୟ ପାଇଁ ଓଟି ସଂପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା। କିଛି ସମୟ ପରେ ଓଟିକୁ ବିଦ୍ୟୁତ୍ ସଂଯୋଗ ହୋଇଥିବା ଜଣାପଡ଼ିଛି। ସାଧାରଣତଃ ବିଦ୍ୟୁତ କାଟ ପରେ ଡିଜି ଲଗାଇ ବିଦ୍ୟୁତ୍ ସଂଯୋଗ ହୋଇଥାଏ। ବିଦ୍ୟୁତ ଚାଲିଯିବା ପରେ ଡିଜି ଲଗାଇ ବିଦ୍ୟୁତ୍ ସଂଯୋଗ କରିବାରେ କିଛି ସମୟ ଲାଗିଥାଏ। ଏହି ସମୟରେ ୟୁପିଏସ୍ ଦ୍ବାରା କୋଠାକୁ ବିଦ୍ୟୁତ ଯୋଗାଣ କରାଯାଇଥାଏ।
ଆହୁରି ପଢ଼ନ୍ତୁ: MGNAREGA: ମନରେଗା ମହିଳା ଶ୍ରମିକ ଭାଗିଦାରୀ ୪୫.୧୧ ପ୍ରତିଶତ
ରକ୍ଷଣାବେକ୍ଷଣର ଅଭାବ
ଦୀର୍ଘ ବର୍ଷ ହେବ ଜିଇଡି ଅଧିକାରୀଙ୍କ ପକ୍ଷରୁ ବଡ଼ଡାକ୍ତରଖାନାର ସର୍ଜରି ବିଭାଗ କୋଠାରେ ଲାଗିଥିବା ୟୁପିଏସ୍ର ଆବଶ୍ୟକ ରକ୍ଷଣାବେକ୍ଷଣା କରାଯାଇନଥିବା ଅଭିଯୋଗ ହୋଇଛି। ପ୍ରକାଶ ଥାୁକି ପୂର୍ବରୁ ବି ବିଦ୍ୟୁତ ସମସ୍ୟାରୁ କିଛି ଘଣ୍ଟା ପୁରା ସର୍ଜରି କୋଠା ଅନ୍ଧାର ହୋଇପଡ଼ିଥିଲା। ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଏମ୍କେସିଜି ବଦନାମ ହୋଉଥିବା ଦେଖାଯାଉଛି।
ଆହୁରି ପଢ଼ନ୍ତୁ: Bomb Threat: ଦେଶର ୮ଟି ସ୍ଥାନକୁ ବୋମା ବିସ୍ଫୋରଣ ଧମକ: ୟୁପିରୁ କର୍ଣ୍ଣାଟକ ସବୁଠି ଥରହର...
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/07/14/mkcg-3-2025-07-14-09-17-50.jpg)