ନବରଙ୍ଗପୁର (ସୁରେଶ ନାଇଡୁ): ମନରେଗା ଯୋଜନା ଜରିଆରେ ଗ୍ରାମାଂଚଳରୁ ମହିଳା ଦାଦନ ରୋକିବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ମାର୍ଗଦର୍ଶିକାରେ ବି ୫୦ପ୍ରତିଶତ ମହିଳା ଭା‌ଗ ନେବା ଜରୁରୀ ବୋଲି ବି ଉଲ୍ଲେଖ ରହିଛି। ନବରଙ୍ଗପୁର ସଦର ବ୍ଲକକୁ ବାଦ୍ ଦେଲେ ଅନ୍ୟ ୯ଟି ବ୍ଲକ ଏହି ସ୍ଥାନକୁ ଛୁଇଁ ପାରିନାହାନ୍ତି। ନବରଂଗପୁର ଜିଲ୍ଲାରେ ମହିଳା ଶ୍ରମିକ ଭାଗିଦାରୀ ହାର ୪୫.୧୧ପ୍ରତିଶତ। ଜିଲ୍ଲାର ୧୦ଟି ବ୍ଲକରେ ୨ଲକ୍ଷ ୨୬ ହଜାର ୬୭୦ ପରିବାରଙ୍କୁ ଜବ୍‌କାର୍ଡ ଦିଆଯାଇଛି। ୧୦ଟି ବ୍ଲକରେ ୩୨ଲକ୍ଷ ୩୫ହଜାର ୩୫୧ମହିଳାଙ୍କୁ ଶ୍ରମ ଦିବସ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ତେବେ ଏଯାଏଁ ୧୪ଲକ୍ଷ ୫୯ହଜାର ୫୯୮ରେ ୪୫.୧୧ପ୍ରତିଶତରେ  ଶ୍ରମଦିବସ ମହିଳାଙ୍କୁ ଦିଆଯାଇଥିବା ସୂଚନା ମିଳିଛି।

Advertisment

ନବରଙ୍ଗପୁର ବ୍ଲକରେ ୧ଲକ୍ଷ ୫୦ହଜାର ୪୮୫ ମଧ୍ୟରୁ ୭୬ହଜାର୯୩୭ ମହିଳା ଶ୍ରମ ଦିବସ ଦେଇ ୫୧.୧୩ପ୍ରତିଶତ ଦେଇଛନ୍ତି। ବଳକା ୯ବ୍ଲକରୁ  ଦାଦନ ପ୍ରବଣ ଭାବେ ଚିହ୍ନଟ କରିଥିବା  ଝରିଗାଁ ବ୍ଲକରେ ୨ଲକ୍ଷ ୮୦ହଜାର ୮୭୫  ମଧ୍ୟରୁ ୧ଲକ୍ଷ ୨୩ହଜାର ୫୬୬ ଓ ପାପାଡାହାଣ୍ଡି ବ୍ଲକରେ ୫ଲକ୍ଷ ୬୬ହଜାର ୮୪ ମଧ୍ୟରୁ ୨ଲକ୍ଷ ୩୭ହଜାର ୩୪୯ ମହିଳା ଶ୍ରମଦିବସ  ଦିଆଯାଇଛଇ। ଏହି ଦୁଇ ବ୍ଲକରେ ସରକାର ୩୦୦ଦିନର କାମ ଦେବାକୁ ନିର୍ଦ୍ଦେଶ ବି ଦେଇଛନ୍ତି।  

୧୪,୫୯,୫୯୮ ମହିଳା ଶ୍ରମ ଦିବସ ସୃଷ୍ଟି

ଉମରକୋଟ ବ୍ଳକରେ ୨ଲକ୍ଷ ୯୯ହଜାର ୭୬୦ ମଧ୍ୟରୁ ୧ଲକ୍ଷ ୨୭ହଜାର ୫୩୨, ତେନ୍ତୁଳିଖୁଣ୍ଟି ବ୍ଲକରେ ୩ଲକ୍ଷ ୫୭ହଜାର ୫୧୬ ମଧ୍ୟରୁ ୧ଲକ୍ଷ ୭୨ହଜାର ୧୫, ଡାବୁଗାଁ ବ୍ଲକରେ ୪ଲକ୍ଷ ୪୩ହଜାର ୬୮ମଧ୍ୟରୁ ୧ଲକ୍ଷ ୮୮ହଜାର ୫୭୯, ଚନ୍ଦାହାଣ୍ଡି ବ୍ଲକରେ ୧ଲକ୍ଷ ୮୯ହଜାର ୯୨୬ଜଣଙ୍କ ମଧ୍ୟରୁ ୮୪ହଜଜାର୨୦୫, ନନ୍ଦାହାଣ୍ଡି ବ୍ଲକରେ ୨ଲକ୍ଷ୭ହଜାର୭୮୫ ମଧ୍ୟରୁ୧ଲକ୍ଷ ୩୨୭, କୋଷାଗୁମୁଡାବ୍ଲକରେ ୫ଲକ୍ଷ ୧୪ହଜାର ୯୮୫ ମଧ୍ୟରୁ ୨ଲକ୍ଷ ୪୧ହଜାର ୫୦୩ ଓ ରାଇଘର ବ୍ଲକରେ ୨ଲକ୍ଷ ୨୪ହଜାର ୮୬୭ ମଧ୍ୟରୁ ୧ଲକ୍ଷ ୭ହଜାର ୫୮୫ ଏଭଳି ସର୍ବମୋଟ ୧୪ଲକ୍ଷ ୫୯ହଜାର ୫୯୮ ମହିଳା ଶ୍ରମ ଦିବସ ସୃଷ୍ଟି କରାଯାଇଛି।

ଆହୁରି ପଢ଼ନ୍ତୁ: Bangladesh : ମିଥୁନ ସରକାରର ମୃତ୍ୟୁ ହତ୍ୟା ନା ଦୁର୍ଘଟଣା ?

ଅଧିକ ମହିଳାଙ୍କୁ ସାମିଲ ଲକ୍ଷ୍ୟ

ଗତ କିଛି ଦିନ ତଳେ ହୋଇଥିବା ମାସୱାରୀ ମନରେଗା ସମୀକ୍ଷା ବୈଠକରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ସମୀକ୍ଷା କରି ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଓ ବିଡିଓଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ। ମହିଳା ଶ୍ରମିକଙ୍କୁ କିଭଳି ଅଧିକା ସାମିଲ କରି ହେବ ସେ ଦିଗରେ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ବି ଦେଇଥିଲେ। ଏମନରେଗା କାର୍ଯ୍ୟକାରୀ କରିବାରେ  ରାଜ୍ୟସ୍ତରରେ ବି ଜିଲ୍ଲା ପଛୁଆ ରହିଛି। ବାରମ୍ବାର ପଂଚାୟତିରାଜ ବିଭାଗ ସମୀକ୍ଷା ବୈଠକ ବେଳେ ଜିଲ୍ଲାପାଳ ଓ ଜିଲ୍ଲାପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ଆଦିଙ୍କୁ ରାଜ୍ୟସ୍ତରରୁ ବି କଡ଼ା ତାଗିଦ୍ ବି ଶୁଣିବାକୁ ମିଳୁଛି। ତାବାଦେ ବି ଏହି ମହତ ଯୋଜନାକୁ କାର୍ଯ୍ୟନ୍ବୟନ କରିବା ଦିଗରେ ପ୍ରଶାସନ କାହିଁକି କୁଣ୍ଟାବୋଧ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିଛି। ଜିଲ୍ଲାରୁ ପୁରୁଷ, ନାବାଳକ, ନାବାଳିକାଙ୍କ ସହ ମହିଳା ମାନେ ବି ଦାଦନ ଖଟିବାକୁ ଯାଉଥିବା ନଜିର ରହିଛି।

ଆହୁରି ପଢ଼ନ୍ତୁ: Bomb Threat: ଦେଶର ୮ଟି ସ୍ଥାନକୁ ବୋମା ବିସ୍ଫୋରଣ ଧମକ: ୟୁପିରୁ କର୍ଣ୍ଣାଟକ ସବୁଠି ଥରହର...