ଧର୍ମଗଡ : ଗତ ଶୁକ୍ରବାର ଗିରଫ ହୋଇଥିବା ସର୍ଦ୍ଦାର ରାଜା ମେଡିକାଲ କଲେଜର ମୁଖ୍ୟ ଏମଡିଏ ଜନ୍ସେଲ ରାଜାଙ୍କୁ ସ୍ୱାସ୍ଥ୍ୟଗତ କାରଣରୁ ଧର୍ମଗଡ଼ ଉପଖଣ୍ଡ ଚିକତ୍ସାଳୟରେ ଭର୍ତ୍ତି କରାଯାଇଛି। ସେ ଆଗରୁ ଡାଇବେଟିସ, ଅଣ୍ଟା ବିନ୍ଧା ତଥା ହୃଦ୍ଗତ ଆଦି ରୋଗରେ ଚିକିତ୍ସିତ ହେଉଥିଲେ। ତାଙ୍କର ପୂର୍ବ ରିପୋର୍ଟକୁ ତର୍ଜମା କରି ଏଠାରେ ଚିକିତ୍ସା କରାଯାଉଛି। ଆବଶ୍ୟକ ହେଲେ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ ବୋଲି ଉପଖଣ୍ଡ ଚିକିତ୍ସାଧିକାରୀ ଡା. ଅଶୋକ ପୁରୋହିତ ପ୍ରକାଶ କରିଛନ୍ତି। କଡ଼ା ପୁଲିସ ପ୍ରହରା ମଧ୍ୟରେ ତାଙ୍କର ଚିକିତ୍ସା କରାଯାଉଛି।
ଗିରଫ ଜାରିଂ ମେଡିକାଲ କଲେଜ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି
Advertisment
Follow Us